ୱାର୍ଲଡ ଲିଡରଙ୍କୁ ଦିଆଯିବ ଗୀତା ଜ୍ଞାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସେପ୍ଟେମ୍ବର ୯ ଏବଂ ୧୦ ତାରିଖ  ଦିଲ୍ଲୀରେ ଆୟୋଜିତ ହେଉଛି ଜି ୨୦ ଶିଖର ସମ୍ମିଳନୀ । ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ । ଏହି ଅବସରରେ ୱାର୍ଲଡ ଲିଡରଙ୍କୁ ଦିଆଯିବ ଗୀତା ଜ୍ଞାନ । ଆଧ୍ୟାତ୍ମିକ ଜୀବନର ଦର୍ଶନ ଏବଂ ଏହି ରହସ୍ୟ ସହ ଜଡିତ ପ୍ରଶ୍ନ ଯଦି କେହି ପଚାରେ ତେବେ ଉତ୍ତର ବି ଦିଆଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଗୀତା କ୍ୟୋଶ୍କ ଏହାର ଉତ୍ତର ରଖିବ ।ଏଆଇ ଭଗବତ୍ ଗୀତାର ଶ୍ଳୋକ ଆଧାରରେ ତାର୍କିକ ଉତ୍ତର ରଖିବ । ଅର୍ଥାତ ଯଦି ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ପ୍ରଶ୍ନ କରିବ ଜୀବନରେ ଜିଇଁବାର ଅର୍ଥ କ’ଣ ତେବେ ଭଗବତ ଗୀତା ଦର୍ଶନ ଆଧାରରେ ଏଆଇ ଏହାର ଉତ୍ତର ରଖିବ । କହିରଖିବୁ, ଏଥିରେ ସମସ୍ତ ଭାରତୀୟ ଭାଷା ଏବଂ ଜି ୨୦ ଦେଶର ପାଖାପାଖି ୨୪ ଭାରତୀୟ ଭାଷାରେ ଅନୁବାଦନ କରିବାର ସୁବିଧା ରହିଛି । ଭାରତ ମଣ୍ଡପମର ଡିଜିଟାଲ ଏକ୍ସପେରିଏନ୍ସେସ ଜୋନରେ ଏହାର ସୁବିଧା ଉପଲବ୍ଧ କରାଯାଇଛି । ଏହି ଜୋନରେ ସାଇଲେକଲ ଚଳାଇ ଭାରତ ସମ୍ପର୍କରେ ତଥ୍ୟ ପାଇପାରିବେ । ଅର୍ଥାତ ଯେତେ ଜୋରରେ ସାଇକେଲ ଚଲାଇବେ ଭାରତ ସମ୍ପର୍କରେ ସେତେ ଅଧିକ ସୂଚନା ପାଇପାରିବେ । ଏଥିସହିତ ଏକ ଡିଜିଟାଲ ଇଣ୍ଡିଆ ଏକ୍ସପେରିଏନ୍ସ ପାବେଲିୟନର ଆୟୋଜନ ମଧ୍ୟ ଏହି ଭାରତ ମଣ୍ଡପମରେ କରାଯାଇଛି । ଏଠାକୁ ଆସୁଥିବା ଅନ୍ତର୍ଜାତୀୟ ସ୍ତରର ନେତାମାନେ ଏଥିରେ ଭାରତର ଡିଜିଟାଲ ଗ୍ରୋଥରଦୃଶ୍ୟ ଦେଖିପାରିବେ । ଯଦି କେହି ଫ୍ରେଞ୍ଚରେ ପ୍ରଶ୍ନ ପଚାରିବ ତେବେ ଫ୍ରେଞ୍ଚରେ ଉତ୍ତର ମିଳିବ । ଯଦି କେିହ ତାମିଲା ବା ତେଲଗୁରେ ପଚାରି ତେବେ ତାକୁ ସେହି ଭାଷାରେ ହିଁ ଉତ୍ତର ମିଳିବ । ତେବେ ହଲ ନଂ ୪ରୁ ୧୪ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ହଲରେ ରହିଛି ଡିଜିଟାଲ ଇଣ୍ଡିଆ ଏକ୍ସପେରିଏନ୍ସ ଜୋନ । ଆଧାର, ୟୁପିଆଇ, ଇ-ସଞ୍ଜୀବନି, କେବିନ, ଭାଷିଣୀ ପରି ୭ଟି ଡିଜିଟାଲ ଥିମ ୱାର୍ଲ ଲିଡର ଦେଖିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.