୨୧ ଦିନରେ ଗଣଧାରଣାରୁ ଓହରିଲା ରାୟଗଡା ଜିଲ୍ଳା ପଂଚାୟତ ନିର୍ବାହୀ ଅଧିକାରୀ ସଂଘ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ମାସ ୧୮ତାରିଖରୁ ଆଜି ଯାଏଁ ଦୀର୍ଘ ୨୧ଦିନ ଧରି ଦୁଇ ଦଫା ଦାବି ପୂରଣ ଦିଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଗଣଧାରଣା ଦେଇ ଆସୁଥିବା ରାୟଗଡା ଜିଲ୍ଳା ଶାଖା ସଂଘ ଆଜି ଗଣଧାରଣରୁ ଓହରି ଯାଇଛିନ୍ତି । ଗତ ସେପ୍ଟେମ୍ବର ୫ତାରିଖ ଦିନ ରାଜ୍ୟ ସଂଘ କାର୍ଯ୍ୟକର୍ତାଙ୍କ ସହ ବିଭାଗୀୟ ମନ୍ତ୍ରୀ,ସଚିବମାନଙ୍କ ଆଲୋଚନା ହୋଇଥିବା ବେଳେ ରାଜ୍ୟ ସରକାର ସଂଘର ଦାବି ପୂରଣ ଦିଗରେ ବିଚାର ବିମର୍ଶ କରି ଯଥାଶୀଘ୍ର ଶୁଭ ସୂଚନା ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାଜ୍ୟ ସଂଘର ନିର୍ଦ୍ଦେଶରେ କାର୍ଯ୍ୟବନ୍ଦ ଆନ୍ଦୋଳନ ତଥା ଗଣଧାରଣାକୁ ବିରତି ଦେଇ ଓହରି ଯାଇଥିବା ଏବଂ ଆସନ୍ତାକାଲି ଶୁକ୍ରବାର ଠାରୁ କାର୍ଯ୍ୟରେ ଯୋଗଦାନ କରିବୁ ବୋଲି ଜିଲ୍ଳା ଶାଖା ସଭାପତି ପେଦିନା ଦିବାକର ରାଓ ପ୍ରକାଶ କରିଛନ୍ତି । ଗ୍ରାମ ପଂଚାୟତରେ ଠପ୍ ହୋଇପଡିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଏବେ ପୁଣିଥରେ ଆଗେଇବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ପଂଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ କରିବା ସହିତ ଦରମା ହାର ଲେବୁଲ-୫ ରୁ ଲେବୁଲ -୯କୁ ଧାର୍ଯ୍ୟ କରିବା ଓ ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡିଓ ପଦବୀରେ ଶତ ପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓପିଆରଏସ କ୍ୟାଡେର ରୁଲ୍‌ରେ ଅନ୍ତର୍ଭୁକ୍ତ କରିବା ଭଳି ୨ଟି ପ୍ରମୁଖ ଦାବି ପୂରଣ ପାଇଁ ଗଣାଧାରଣାରେ ବସିଥିଲେ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ । ଗତ ଅଗଷ୍ଟ ୭ ରୁ ୧୭ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ପଂଚାୟତ ନିର୍ବାହୀ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସଂଘ ନିଷ୍ପତି କ୍ରମେ ସରକାରଙ୍କୁ ଚେତାଇବା ପାଇଁ ଅଗଷ୍ଟ ୧୮ତାରିଖରୁ ଗଣଧାରଣାରେ ବସି ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.