ଉର୍ଲାଦାନିବାସୀଙ୍କ ସମସ୍ୟା ବୁଝିଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀର ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ଉର୍ଲାଦାନୀ ଗସ୍ତ କରି ଲୋକଙ୍କ ସମସ୍ୟା କଥା ପଚାରି ବୁଝିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ସହଯୋଗୀଙ୍କ ଗହଣରେ ସେ ଉର୍ଲାଦାନି ପହଞ୍ଚି କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ବାଧିନତା ସଂଗ୍ରାମୀ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ମହିଳାମାନେ ହୁଳହୁଳି ଦେଇ ଶ୍ରୀ ଠାକୁରଙ୍କୁ ବନ୍ଦାପନା କରିଥିଲେ। ଗାଁ ଲୋକେ ସଂକୀର୍ତ୍ତନ ମାଧମରେ ଶ୍ରୀ ଠାକୁରଙ୍କୁ ପାଛୋଟି ନେବା ସହ ସେ ଗ୍ରାମ ପରିକ୍ରମା କରି ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ଗାଁ ମଝିରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନକ୍ସଲ ପ୍ରପୀଡ଼ିତ ଉର୍ଲାଦାନି ଗ୍ରାମ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡିରହିଥିଲା। ପାନୀୟ ଜଳ ଓ ଗମନା ଗମନର ସମସ୍ୟା ଥିଲା। ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବା ପରେ ସମସ୍ୟା କେତେକାଂଶରେ ଦୂରୀଭୂତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅନେକ ସମସ୍ୟା ରହିଛି। ସମସ୍ୟା ଗୁଡିକ ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା କରି ସେସବୁର ସମାଧାନ ପାଇଁ ସରକାରଙ୍କୁ ଜଣାଇବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ଠାକୁର। ସହିଦ ରେଣ୍ଡମାଝୀ ପ୍ରତିମୂର୍ତ୍ତି ଚର୍ତୁପାଶ୍ୱର୍ରେ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କିଭଳି ଶୀଘ୍ର ହୋଇପାରିବ ସେହି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଜିଲ୍ଲାର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସହିଦ୍ ରେଣ୍ଡୋମାଝୀଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଅଧିବାସୀ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ଓ ପାର୍କ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.