ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ ଏମ୍.ରାମପୁର ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ୫ ତାରିଖ ଦିନ ପ୍ରଦାନ କରାଯାଇଥିଲା। ଉକ୍ତ ଦାବି ଗୁରୁ ଦିବସ ଅବସରରେ ପୂରଣ ହେବା ନେଇ ଆଶା ବାନ୍ଧିଥିଲେ ଶିକ୍ଷକ ବୃନ୍ଦ। କିନ୍ତୁ ରାଜ୍ୟ ସରକାର ଏଥି ପ୍ରତି କୌଣସି ଧ୍ୟାନ ଦେଇ ନ ଥିବାରୁ ଆଜି ଶୁକ୍ରବାର ସାରା ଓଡ଼ିଶାର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଗଣ ଧାରଣାରେ ବସିଥିଲେ। ସଂଘର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ମାନେ ଆଜି ଧାରଣା ରେ ବସିଥିଲେ। ତିନି ଦଫା ଦାବି ଯଥା ରାଜ୍ୟ ସରକାର ଠିକା ଉଛେଦ କରି ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟ କାଳକୁ ନେସନାଲ ଇନକ୍ରୀମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯିବା ତଥା ବିଦ୍ୟାଳୟରେ ଥିବା ଗଣଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ଯତା ଦିଆଯିବା। ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନିତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତାରେ ପରିବର୍ତ୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯିବା। ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି। ଏଥିରେ ବିରେନ୍ଦ୍ର କୁମାର ରଥ, ମୁକେଶ ହୋତା, ମୋହନ ନାଏକ, ଶିବ ଶଙ୍କର ପଣ୍ଡା, ପ୍ରତାପ ନାଏକ, ପ୍ରଫୁଲ୍ଲ ସାହୁ, ମଧୁ ସୂଦନ ସିଂହ, ବନମାଳୀ ମହାଖୁଡ଼, ତ୍ରିଲୋଚନ ମହାଖୁଡ଼, କୁନୁ ରଥ, ଶିରିଶ କାନ୍ତ ପଣ୍ଡା, ମୃତ୍ୟୁଞ୍ଜୟ ପୁଟେଲ, ସୁବୋଧ ଛତ୍ରିଆଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।