ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ସ୍ଥିତ ଗୌଡ଼ ସମ୍ପ୍ରଦାୟ ତରଫରୁ ପାରମ୍ପରିକ ରୀତିରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହେବା ସହ କହ୍ନେଇ ନାଟ୍ୟ ସଂସଦ ତରଫରୁ ଏକ ସାମାଜିକ ନାଟକ ‘ସେହି ଗୋଟିଏ ଭୁଲ ପାଇଁ’ ନାଟକ ମଞ୍ଚସ୍ଥ ହୋଇଥିଲା। ଉଦୀୟମାନ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ଦାଶଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନାଟକକୁ ଖଲ୍ଲିକୋଟ ଏନଏସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ଉଦଘାଟନ ଉତ୍ସବରେ ଯୁବ କାଉନସିଲର ନାରାୟଣ ପାଢ଼ୀ, ବିଜେଡି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଭିକାରୀ ଚରଣ ପାଣ୍ଡୀ, ଖଲ୍ଲିକୋଟ ପ୍ରେସ କ୍ଲବ ସଭାପତି ଅଶୋକ କୁମାର ତ୍ରିପାଠୀ ଓ ୩ ନମ୍ବର କାଉନସିଲର ସୁଜାତା କୁମାରୀ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ଉପ-ସଭାପତି ଓ କଣ୍ଠଶିଳ୍ପୀ ଅଶ୍ୱିନୀ କୁମାର ମହାନ୍ତି ମଞ୍ଚ ପରିଚାଳନା ସାଙ୍ଗକୁ ଉପସ୍ଥାପନା କରଥିଲେ। ଏହି ନାଟକର ମୁଖ୍ୟ ଭୂମିକାରେ ଶିବ ପ୍ରସାଦ ଗୌଡ଼, କହ୍ନା ସାହୁ, ସଚିନ ପଟ୍ଟନାୟକ ଓ ଅତିଥି ମହିଳା ଅଭିନେତ୍ରୀମାନଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। ସେହିପରି ମଥୁରା ପଂଚାୟତର ସିଧାପଲ୍ଲୀ ଗ୍ରାମ ଗୌଡ଼ ସମ୍ପ୍ରଦାୟ ତରଫରୁ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଥିବା ବେଳେ ଖଲ୍ଲିକୋଟ ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରେ ଏହି ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା।