ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବିରେ ଶିକ୍ଷକ ସଂଘର ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଶୀର୍ଷ ନେତୃତ୍ଵଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ବ୍ଲକର କନିଷ୍ଠ ଶିକ୍ଷକ ଏକ୍ସ କେଡର, ଏନ୍ ପି ଏମ୍ ଓ ପିଏସ୍ ଏବଂ କଳା ଓ କ୍ରିଡ଼ା ଶିକ୍ଷକ ତଥା ଗଣଶିକ୍ଷକ ମାନଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଅଛି। ଏହି ଗଣଧାରଣାରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଦିବି ପ୍ରଦାନ କରାଯାଇଥିଲା। ସେହି ଦାବି ମଧ୍ୟରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଠିକା ବ୍ୟବସ୍ଥା ଉଚ୍ଛେଦ, ଏକ୍ସକ୍ୟାଡର ଶିକ୍ଷକ ମାନଙ୍କୁ କ୍ୟାଡ଼ର ଭୁକ୍ତ କରିବା ଏବଂ କଳା ଓ କ୍ରିଡ଼ା ଶିକ୍ଷକ ମାନଙ୍କୁ ନିୟମିତ କରିବା, ଦ୍ବିତୀୟ ଦାବିରେ ଅବିକଳ କେନ୍ଦ୍ରୀୟ ହାରରେ ଦରମା, ଏବଂ ତୃତୀୟ ଦାବି ଭାବରେ ନୂତନ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା। ଏହି ତିନି ଦଫା ଦାବି ନେଇ ବ୍ଳକ ର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ। ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ବ୍ଲକ ସଭାପତି ବିଜୟ କୁମାର ଯୋଶୀ ଏବଂ ସମ୍ପାଦକ ଲଲିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଳକ କଳା ଓ କ୍ରିଡ଼ା ଶିକ୍ଷକ ସଂଘ ର ସଭାପତି ଅମିୟ କୁମାର ପଟ୍ଟନାୟକ ତଥା ବରିଷ୍ଠ କ୍ରିଡ଼ା ଶିକ୍ଷକ ସୁରେଶ କୁମାର ପଣ୍ଡା ଉପସ୍ଥିତ ଥିଲେ। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଠାକୁର ଗୋବର୍ଦ୍ଧନ ବିଶ୍ବାଳ, ରମାକାନ୍ତ ମାଝୀ,ମାନସ ରଞ୍ଜନ ପଣ୍ଡା, ଅନନ୍ତ ନାରାୟଣ ପଣ୍ଡା, ରଶ୍ମିତା ବେହେରା, ମନସ୍ବିନୀ ମିଶ୍ର, ସସ୍ମିତା ନାଏକ, ଦେବେନ୍ଦ୍ର ରାଉତ, କ୍ଷମା ସାଗର ରାଉତ, ସିଦ୍ଧାର୍ଥ ମିଶ୍ର ଙ୍କ ସମେତ ବ୍ଳକ ର ଶତାଧିକ ଶିକ୍ଷକ/ ଶିକ୍ଷୟିତ୍ରୀ ଏହି ଗଣଧାରଣା ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଶେଷରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.