ସୋମବାର ଠାରୁ ସାମୁହିକ ଛୁଟିରେ ଯିବେ ରାୟଗଡା ଜିଲ୍ଳାର ସମସ୍ତ ଶିକ୍ଷକ

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ଜେକେପୁର ଠାରେ ଆଜି ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ସଙ୍ଗଠନର ନେତୃବୃନ୍ଦଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଜିଲ୍ଲା କାର୍ଯ୍ୟକାରିଣୀ ସମିତି ଗଠନ କରାଯାଇଥିଲା। କୋଲନରା ବ୍ଲକ୍ ଶିକ୍ଷକ ସଂଘ ସମ୍ପାଦକ ଦୀପକ କୁମାର ସାହୁ ଓ ସୁରେଶ ପଟ୍ଟନାୟକଙ୍କ ଆବାହନରେ ଅନୁଷ୍ଠିତ ଏହି ବୈଠକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ନରେଶ କୁମାର ସ୍ୱାଲସିଂ, ରାୟଗଡ଼ା ଜିଲ୍ଲା ସଭାପତି ଅଜିତ୍ କୁମାର ଚୌଧୁରୀ,ଓଯେଟିଏ ର ଓଡ଼ିଶା ରାଜ୍ୟ ମହାସଚିବ ଆଦିତ୍ୟ ପ୍ରସାଦ ସ୍ୱାଇଁ, ରାଜ୍ୟ ମିଳିତ ମଞ୍ଚ ଆବାହକ ସୁନୀଲ କୁମାର ପ୍ରଧାନ, ପଶ୍ଚିମ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ନେତା ତଥା ଆବାହକ ପ୍ରମୋଦ କୁମାର ପଣ୍ଡା, ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ରାୟଗଡ଼ା ଜିଲ୍ଲା ସଭାପତି ସୋମନାଥ ଗରଡ଼ା, ଉପ ସଭାପତି ସାଧନା ପ୍ରଧାନ, ସମ୍ପାଦକ ମାଣ୍ଡଙ୍ଗି ତାଉଡୁ, କାର୍ଯ୍ୟକାରୀ ସଭାପତି କରୁଣାକର ମାଝି, ସହ- ସମ୍ପାଦକ ଜଗଦିଶ ଚିନ୍ତାଡା, ସାଙ୍ଗଠନିକ ସମ୍ପାଦକ ପ୍ରଦୀପ ନାୟକ, ଏୟୁପିଟିଏଫ ଖାରବେଳ ନଗର ଶାଖା ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ବିଭିନ୍ନ ବ୍ଲକ୍ ର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଜିଲ୍ଳାର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ନିଜର ନ୍ୟାର୍ଯ୍ୟ ତିନି ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସୋମବାର ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ। ପ୍ରକାଶ ଥାଉକି, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଳାର ଶିକ୍ଷକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଶୁକ୍ରବାର ଠାରୁ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଅନେକ ବିଦ୍ୟାଳୟରେ ତାଲା ଝୁଲିବା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ଶିକ୍ଷାଦାନ ବନ୍ଦ ରହିଛି। ବିଗତ ଦୁଇ ଦିନ ହେଲା କାଶୀପୁର ବ୍ଲକର ଦୁଇଶହରୁ ଅଧିକ ସ୍କୁଲ୍ରେ ତାଲା ପଡ଼ିବା ସହ ପାଠ ପଢା ଠପ ହୋଇଯାଇଛି। ଏହି ଆନ୍ଦୋଳନକୁ ଜୋରଦାର କରାଯିବା ସହ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ ଏଥିରେ ସାମିଲ୍ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.