ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ଦିନିକିଆ ଖେଳଣା ଆଧାରିତ ଶିକ୍ଷା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେତେକ କାରଣ ଯୋଗୁଁ ଗତ ୨ ବର୍ଷ ହେଲା ନୂତନ ଛାତ୍ର ଛାତ୍ରୀ ନାମ ଲେଖା ବନ୍ଦ ଥିବା ବେଳେ ଚଳିତ ଶିକ୍ଷା ବର୍ଷ ଠାରୁ ପୁଣିଥରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଛି । ଏନେଇ ଆୟୋଜିତ କର୍ମଶାଳାରେ ୩୫ ଜଣ ଗୁରୁ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ଏହି କର୍ମଶାଳାକୁ ଅନୁଷ୍ଠାନର କଳା ଶିକ୍ଷା ପ୍ରଶିକ୍ଷକ ଦିଲ୍ଲୀପ କୁମାର ମଲିକ ଆୟୋଜନ କରିବା ସହିତ ଭବିଷ୍ୟତର ଗୁରୁ-ଛାତ୍ରଛାତ୍ରୀ ମାନେ ସୃଜନଶୀଳ, ଉତ୍ତମ, କର୍ମଠ, ନିଷ୍ଠାବାନ ଏବଂ ଚରିତ୍ରବାନ ଶିକ୍ଷକ ଭାବେ ନିଜକୁ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଗୁରୁ – ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଖେଳଣା ଦ୍ଵାରା ଛୋଟ ଛୋଟ ପିଲାମାନଙ୍କୁ କମିତି ସହଜରେ ଶିକ୍ଷା ଦିଆଯାଇ ପାରିବ ସେ ବିଷୟରେ ବୁଝାଇଥିଲେ । ତା’ ଛଡା ଏହି ପ୍ରକାର କାର୍ମଶାଳା ପ୍ରତି ଶନିବାର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନେ ପାଠ ଅପେକ୍ଷା ଖେଳରେ ଅଧିକ ମନ ଦିଅନ୍ତି । ତେଣୁ ସେହି ଖେଳ ଓ ଖେଳଣା ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କୁ କିପରି ସହଜରେ ଶିକ୍ଷା ଦିଆଯାଇପରିବ ତାହାର ଗୁରୁତ୍ଵ କଳା ଶିକ୍ଷା ପ୍ରଶିକ୍ଷକ ଦିଲ୍ଲୀପ କୁମାର ମଲ୍ଲିକ ବୁଝାଇଥିଲେ । ଏହି ଅବସରରେ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ମାଟିର ପ୍ରସ୍ତୁତି ଖେଳଣା ପ୍ରଦର୍ଶନ କରଯାଇଥିଲା । ପରିଶେଷରେ ଏହି ଅନୁଷ୍ଠାନର ଗୁରୁ -ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ନୂତନ ପ୍ରକାର ଶିକ୍ଷଣ ସାମଗ୍ରୀ କେମିତି ପ୍ରସ୍ତୁତ କରିବେ ସେନେଇ ପରାମର୍ଶ ଦିଆଯାଇଥିଲା । ଏହି କର୍ମଶାଳାରେ ଗୁରୁ ଛାତ୍ର ଛାତ୍ରୀ ମାନେ ବେଶ୍ ଉତ୍ସାହିତ ଥିବା ଦେଖାଯାଇଥିଲା ।