ଆଗାମୀ ବେଦାନ୍ତ ଦିଲ୍ଲୀ ହାଫ ମାରାଥନ ୨୦୨୩ରେ କଂପାନି ଏହି ଅବସରରେ ଅନେକ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଛି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରି ଏହାର କର୍ମଚାରୀ, ସେମାନଙ୍କ ପରିବାର ଓ ଗୋଷ୍ଠୀର ସଦସ୍ୟମାନଙ୍କୁ ପୁଷ୍ଟିକର ଅଭ୍ୟାସର ଆବଶ୍ୟକତା ଉପରେ ସଚେତନ କରାଇଥିଲା । ଗୋଷ୍ଠୀର ଯୋଗଦାନ ଓ ଏହି ପଦକ୍ଷେପରେ ଅଂଶଗ୍ରହଣକୁ ବଢାଇବା ଲାଗି କମ୍ପାନି ଏହାର ସଚେତନତା ପ୍ରୟାସକୁ ରନ ଫର ଜିରୋ ହଙ୍ଗର (କ୍ଷୁଧା ମୁକ୍ତ ପାଇଁ ଯାତ୍ରା) ଅଭିଯାନ ସହ ଏକୀକୃତ କରିଛି ଓ ଏଥିପାଇଁ ଦିଲ୍ଲୀ ହାଫ ମାରାଥନ ୨୦୨୩ର ଏକ ସାମାଜିକ ପ୍ରଭାବର ପ୍ରସାର ଯୋଜନା ଲକ୍ଷ୍ୟ ରଖିଛି ।
ରାଷ୍ଟ୍ରୀୟ ପୋଷଣ ସପ୍ତାହ ଅବସରରେ କମ୍ପାନି ଏହାର କାର୍ଯ୍ୟକ୍ରମରେ ଏହି ପଦକ୍ଷେପକୁ ସମର୍ଥନ କରିବା ଲାଗି ବହୁ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଓଡ଼ିଶାର ଝାରସୁଗୁଡ଼ାରେ ଥିବା ଆଲୁମିନିୟମ ସ୍ମେଲଟର, ଲାଜିଗଡ଼ର ବିଶ୍ବସ୍ତରୀୟ ଆଲୁମିନା ରିଫାଇନାରୀ ଓ ଛତିଶଗଡ଼ର ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ବାଲକୋରେ ଏହାର ପ୍ରସାର କରିଥିଲା । ସୁସ୍ଥ ଖାଦ୍ୟ ଅଭ୍ୟାସ ଓ ଶାରୀରିକ ଭାବେ ସୁସ୍ଥ ରହି ସକ୍ରିୟ ଜୀବନଶୈଳୀକୁ ଆଗେଇନେବା ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସାଇକ୍ଲୋଥନ ଆୟୋଜନ କରାଯାଇଥିଲା । ଅଲ ଇଣ୍ଡିଆ ମାରୱାଡ଼ି ଯୁବ ମଂଚ ସହ ମିଳିତ ସହଯୋଗରେ ୧୫୦୦ ରୁ ଅଧିକ ଯୁବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲାଞ୍ଜିଗଡ଼ରେ କମ୍ପାନି ଶିଶୁ ସ୍ୱାସ୍ଥ୍ୟ ଉପରେ ସଚେତନତା ସୃଷ୍ଟି ଲାଗି ଏକ ସୁସ୍ଥ ଶିଶୁ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ମା’ ମାନଙ୍କ ପାଇଁ ଉପକାରୀ ପାରଂପାରିକ ଖାଦ୍ୟ ରେସିପି ପ୍ରଦର୍ଶିତ ହୋଇଥିଲା ଓ ଚାରା ରୋପଣ ଅଭିଯାନ ମଧ୍ୟ ପରିଚାଳିତ ହୋଇଥିଲା ।
ବାଲକୋରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀ ମଣ୍ଡିଂ ୱାକାଥନ ଓ ହେଲଥ ଓ୍ବାକରେ ଅଂଶଗ୍ରହଣ କରିଥିଲେ । ରନ ଫର ଜିରୋ ହଙ୍ଗର (କ୍ଷୁଧା ମୁକ୍ତ ଯାତ୍ରା) ପାଇଁ ସେମାନେ ୨୦୦୦ କିଲୋମିଟର ଚାଲିଥିଲେ । ସେପ୍ଟେମ୍ବର ମାସରେ କଂପାନି ମା’ ମାନଙ୍କ ପାଇଁ ଉପଯୁକ୍ତ ପୋଷଣ, ରକ୍ତହୀନତା ଓ ପୌଷ୍ଟିକ ଖାଦ୍ୟର ମହତ୍ଵ ବିଷୟକ ଅଧିବେଶନ, କୁଇଜ ଓ ରେସିପି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଥିଲେଯେ ବେଦାନ୍ତ ଆଲୁମିନିୟମରେ ଆମେ ସମାଜରେ ଉନ୍ନତି ଆଣିବାରେ ସାମୁହିକ ଯୋଗଦାନକୁ ଆଗକୁ ବଢାଇବା ଲାଗି ଆନ୍ତରିକତାର ସହ ଉତ୍ସର୍ଗୀକୃତ । ମହିଳା ଓ ଶିଶୁମାନଙ୍କ ପାଇଁ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସାମାଜିକ ବ୍ୟବଧାନକୁ ଦୂର କରିବା ଲାଗି ଆମେ ପ୍ରୟାସ କରୁ ।
ରାଜେଶ କୁମାର ସିଇଓ ତଥା ପୂର୍ବକାଳୀନ ନିର୍ଦ୍ଦେଶକ, ବାଲକୋ କହିଥିଲେଯେ ଆମର ପ୍ରତିବଦ୍ଧତାକୁ ପ୍ରସାରିତ କରୁଥିବା ଲୋକଙ୍କୁ ଏକତ୍ର କରି ଆମ ଦେଶର ପୁଷ୍ଟିହୀନତାର ମୁକାବିଲା ପାଇଁ କ୍ଷୁଧା ମୁକ୍ତି ପାଇଁ ଯାତ୍ରା ପଦକ୍ଷେପର ପରିକଳ୍ପନା କରାଯାଇଛି । ଦିଲ୍ଲୀରେ ଏଥିପାଇଁ ଆୟୋଜିତ ହାଫ ମାରଥନର ସଫଳତା କାମନା କରୁଛୁ । ଆମେ ସ୍ଥାନୀୟ ଗୋଷ୍ଠୀର କଲ୍ୟାଣ ପାଇଁ ସର୍ବଦା ପ୍ରୟାସୀ ।
ବେଦାନ୍ତ ଆଲୁମିନିୟମର ସାମାଜିକ ପ୍ରୟାସ ମାଧ୍ୟମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଯତ୍ନରେ ଉନ୍ନତି ଆଣିବା ପ୍ରୟାସ କରାଯାଉଛି । ଯେଉଁଥିରେ ଶିଶୁ ଓ ମହିଳାମାନଙ୍କ ସାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଥାଏ । ଏହାର ଅତ୍ୟାଧୁନିକ ଅଙ୍ଗନବାଡ଼ି ନନ୍ଦଘର ଜରିଆରେ ମହିଳା ଓ ଶିଶୁ , ଗର୍ଭବତୀ ମହିଳା ଓ ନୂଆ ମା’ମାନଙ୍କ ପ୍ରତି ଯତ୍ନ ନିଆଯାଉଛି ।
ବର୍ତମାନ ଏହାର ଦ୍ଵିତୀୟ ସଂସ୍କରଣରେ ବେଦାନ୍ତ ଦିଲ୍ଲୀ ଠାରେ ହାଫ ମାରାଥନ ୨୦୨୩ ଆୟୋଜନ କରିବ । ଏହା ୧୫ ଅକ୍ଟୋବର ୨୦୨୩ରେ ଅନୁଷ୍ଠିତ ହେବ । ରନ ଫର ଜିରୋ ହଙ୍ଗର ଆହ୍ବାନର ଏକ ଅଂଶ ଭାବରେ ଏହା ସମାଜକୁ ଏକ ସଚେତନତାର ବାର୍ତା ପ୍ରଦାନ କରିବ । ଏହାକୁ ମଧ୍ୟ ନନ୍ଦଘର ଜରିଆରେ ପ୍ରସାରିତ କରାଯିବ । ସମାଜରେ କେହି ଶିଶୁ କ୍ଷୁଧାରେ ରହିବେ ନାହିଁ ଏହାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ । ବେଦାନ୍ତର ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ହାଫ ମାରାଥନରେ ଭାଗନେବାକୁ ଆଗ୍ରହୀ ୱେବସାଇଟ ମାଧ୍ୟମରେ ବା ମୋବାଇଲ ଅପ ଡାଉନଲୋଡ କରି ନିଜର ନାମ ପଞ୍ଜିକରଣ କରିପାରିବେ ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କୁଲ୍ର, ପାୱାର ପ୍ଲାଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।