ନର୍ଲା ମେଡ଼ିକାଲରେ ଆୟୁସମାନ ଭବ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସେପ୍ଟେମ୍ବର ୧୩ ସାରା ଦେଶରେ ଆୟୁସମାନ ଭଵ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ସାରା ରାଜ୍ୟରେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହାମହିମ ରାଷ୍ଟ୍ରପତି ଙ୍କ ଆୟୁସମାନ ଭବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଧିକାରୀ ଡ଼ କୁନାଳ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ମେନିଫେଷ୍ଟୋ ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ନର୍ଲା ପିଏଚଇଓ ବିମଲ ଚନ୍ଦ୍ର ଦୀପ ସ୍ୱଗାତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳକ ବିପିଏମ ସବୀର ପଧାନ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଇତ୍ୟବସରରେ ଦୀଲ୍ଲି ରେ ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ଶୁଭାରମ୍ଭ ଏହି ଆୟୁସମାନ ଭବ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ସ୍ବାସ୍ଥ୍ୟଗତ ସମସ୍ତ ସମସ୍ୟାର ସମାଧାନ ଜନିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୟୁନିଭର୍ସାଲ ସ୍ୱାସ୍ଥ୍ୟ କାର୍ଡ “ଆଭା କାର୍ଡ଼” ତିଆରି କରାଯିବ । ଆଶାକର୍ମୀ ମାନଙ୍କୁ ଏନେଇ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଗାଁ ଗାଁ ରେ କ୍ୟାମ୍ପ କରାଯାଇ ଆଶା କର୍ମୀ ମାନେ ହେଲଦି ଇଣ୍ଡିଆ ଗଠନରେ ଭାଗିଦାରୀତା ପାଇଁ ଲୋକଙ୍କୁ ସଚେତନ କରିବେ ବୋଲି ବିପିଏମ ଶ୍ରୀ ପଧାନ କହିଥିଲେ । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସିଏଚଓ ତ୍ରୀବିକ୍ରମ ପଧାନ, ଅଜିତ କୁମାର ସାହୁ, ଯଶୋବନ୍ତି ନାୟକ, ସୁପରଭାଇଜର ସରୋଜ ସାହୁ, ସ୍ୱାସ୍ଥ୍ୟକର୍ମୀ ସୁରେନ୍ଦ୍ର ସାହୁ, ବିଏମଡବ୍ଲୁଏଚ କର୍ଣ୍ଣ ଥାପା, ଜୁନିୟର କିରାଣୀ ମୁରଲୀଧର ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡ଼ କୁନାଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.