ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ବାନ କ୍ରମେ ପାଞ୍ଚ ଦଫା ଦାବି ନେଇ ମ.ରାମପୁର ଉପକାରାଗାର ଠାରେ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଥିଲେ । ପାଞ୍ଚ ଦଫା ଦାବି ଯଥା, କାରାରକ୍ଷୀଙ୍କ ଗ୍ରେଡ୍ ପେ କୁ ୧୯୦୦ ରୁ ୨୦୦୦ ଓ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ ପେକୁ ୨୦୦୦ ରୁ ୨୪୦୦ କୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠତା ଭିତ୍ତିକ) ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ୍, ଖାଦ୍ୟ ଭତ୍ତା ୪୦୦ ରୁ ୧୪୦୦ କୁ ବୃଦ୍ଧି, ନୂତନ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ ଦାବି ରହିଥିବା ବେଳେ ମୁଖ୍ୟ କାରାରକ୍ଷୀ ରାମଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କଳାବ୍ୟାଚ ପରିଧାନ କାର୍ଯ୍ୟକ୍ରମରେ କାରାରକ୍ଷୀ ସୁଶାନ୍ତ କୁମାର ପାତ୍ର, କାରାରକ୍ଷୀ ତଥା ସଭାପତି ଉପ- କମିଟି କ୍ଷମା ନିଧି ମାଝୀ, କାରା ରକ୍ଷୀ ତଥା ସମ୍ପାଦକ ଉପ – କମିଟି ଭୁବନାନନ୍ଦ ହନ୍ତାଳ, କାରାରକ୍ଷୀ ଅର୍ଜୁନ ସାହୁ, ମେଘାନନ୍ଦ କୌଶଲ୍ୟା, ଅତୁଲ ଚନ୍ଦ୍ର ସାହୁ, ଆଶିଷ କୁମାର ଖର, ରୀତା ମାନ୍ଧିଆ, ରୁପାମୟୀ ଠାକୁର ପ୍ରମୁଖ ସାମିଲ ଥିଲେ । ଏଥି ସହ ଆଗାମୀ ସେପ୍ଟେମ୍ବର ୨୪ ଯାଏଁ ଦାବି ପୁରଣ ନହେଲେ ୨୫ ତାରିଖରୁ ଆମରଣ ଅନଶନର ଚେତାବନୀ ଦେଇଛନ୍ତି।