ଆନନ୍ଦ ଉହ୍ଲାସ ମଧ୍ୟରେ ନର୍ଲାରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବିଶ୍ୱକର୍ମା ପୂଜା ବିଭିନ୍ନ ସ୍ଥାନରେ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ନର୍ଲା ବିଦ୍ୟୁତ ବିଭାଗ ତରଫରୁ ଗ୍ରୀଡ୍ ସବ୍ଷ୍ଟେସନ ଠାରେ ନର୍ଲାର ସବୁଠୁ ବଡ ଧରଣର ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ନର୍ଲା ବିଦ୍ୟୁତ ବିଭାଗ ଟାଟା ପାୱାର ଏସ୍ଡିଓ ତଥା ବିଶ୍ୱକର୍ମା ପୂଜା କମିଟିର ସଭାପତି କମଲେଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଟାଟା ପାୱାର ଅଫିସ୍ କର୍ମଚାରୀ ସଚିନ ପଧାନ, କନିଷ୍ଠ ଯନ୍ତ୍ରୀ ଦିବ୍ୟ ପଣ୍ଡାଙ୍କ ସମେତ ଟାଟା ପାୱାର ନର୍ଲା ର ସମସ୍ତ କର୍ମଚାରୀ ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ରହିଥିଲେ । କନିଷ୍ଠ ଯନ୍ତ୍ରୀ ଅନନ୍ତ ସାହୁ ପୂଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିବା ବେଳେ ରୁପ୍ରାର ଲକ୍ଷ୍ମୀକାନ୍ତ ମହାପାତ୍ର ବ୍ରହ୍ମା ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିଭଳି ନର୍ଲା ମୋଟର ଚାଳକ ସଂଘ ତରଫରୁ ନର୍ଲା ବସ୍ଷ୍ଟାଣ୍ଡ୍ ଠାରେ , ନର୍ଲାରୋଡରେ ଅବସ୍ଥିତ କାଠ କାରିଗର ମହାରଣା ମାନଙ୍କ ତରଫରୁ ମଧ୍ୟ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ନର୍ଲାରୋଡ ଅଟୋ ଚାଳକ ସଂଘ ତରଫରୁ ନର୍ଲାରୋଡ ରେଳ ଷ୍ଟେସନ ନିକଟରେ ଭବ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ନର୍ଲା ଆରଏମ୍ ଜିମ ତରଫରୁ ମଧ୍ୟ ଜିତୁ ମାର୍କେଟ କମ୍ପ୍ଲେକ୍ସ ସ୍ଥିତ ଫିଟନେସ୍ ଜିମ କେନ୍ଦ୍ରରେ ଜିମ୍ ପରିଚାଳିକା ଜ୍ୟୋତିର୍ମୟୀ ମହାନ୍ତୀଙ୍କ ପୌରହିତ୍ୟରେ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିମ ପରିଚାଳିକା ଜ୍ୟୋତି ମହାନ୍ତୀ ଓ ସାମ୍ବାଦିକ ରଞ୍ଜନ ମହାନ୍ତି ଦମ୍ପତି କର୍ତ୍ତା ଭାବରେ ପୂଜାର୍ଚ୍ଚନା କରିଥିଲେ । ସର୍ଗିଗୁଡା ରେଳବାଇ ନିକଟସ୍ଥ ଦୁର୍ଯ୍ୟୋ ଫେବ୍ରିକେସନ ସେଣ୍ଟରରେ ମଧ୍ୟ ବାବା ବିଶ୍ୱକର୍ମାଙ୍କ ପୂଜା ଆୟୋଜିତ ହୋଇଥିଲା । ସେହିଭଳି ନର୍ଲା ଅଞ୍ଚଳର ନାମକରା ବ୍ୟବସାୟୀକ ବସ୍ତି ରୁପ୍ରାରୋଡ ବଜାର ମଧ୍ୟରେ ବ୍ୟବସାୟୀ ଗୋଷ୍ଠୀଙ୍କ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ରୁପ୍ରାରୋଡ ମୋଟର ଚାଳକ ସଂଘର ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି । ସର୍ଗିଗୁଡା, ନର୍ଲାରୋଡ, ନର୍ଲାର ଛତିକୁଡା, ବାଲିପଡା, ରୁପ୍ରା, ତୁଳାପଡା ଓ ସେରଗଡ ପ୍ରଭୃତି ସ୍ଥାନରେ ମଧ୍ୟ ବିଶ୍ୱକର୍ମା ପୂଜା ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ସମୟରେ ମନୋରଞ୍ଜନର କାର୍ଯ୍ୟକ୍ରମ ଗୁଡିକ ରଖାଯାଇଥିବା ବେଳେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମୂର୍ତ୍ତି ବିସର୍ଜନ ଅନୁଷ୍ଠିତ ହୋଇଯାଇଛି ।

ବିଶ୍ୱକର୍ମା ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦିପ କୁମାର ନାଏକ, ରୁପ୍ରାରୋଡ ମାରୱାଡି ଯୁବାମଞ୍ଚର ସଭାପତି ବଣ୍ଟି ଖେତାନ, ଭାନପୁର ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ରାକ୍ସୀ ସରପଞ୍ଚ ଜେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ ପ୍ରମୁଖ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.