ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଙ୍କ ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଭୋଇରମୁଣ୍ଡା ଗ୍ରାମର ଗଜାନନ ଯୁବକ ସଂଘର ମିଳିତ ସହଯୋଗରେ ବିକାଶ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ନୀଳମାଧବ ସିଂ ଦେଓ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ରେଗେଡ଼ା ସମିତି ସଭ୍ୟା ଭୂମିସୁତା କୁମାର, ସଦସ୍ୟ ଉସ୍ତ ସାହୁ, ଗାଁ ସାଥି ଭିକାରି କୁମାର, ଗଜାନନ ଯୁବକ ସଂଘର ସଭାପତି ଗିରିଧାରୀ ସାହୁ, ଜଳନ୍ଧର ସାହୁ, ରାଜେଶ ସାହୁ,କୈଳାଶ ସାହୁ , ଗଜାନନ ଯୁବକ ସଂଘ ସମସ୍ତ କର୍ମକର୍ତ୍ତା ଓ କୁସୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘର ସଭ୍ୟ ହରପ୍ରସାଦ ସାହୁଙ୍କ ସହଯୋଗରେ ଗାଁ ରାସ୍ତା, ନଳକୂଅ ପରିସର ସଫେଇ, ବିକାଶ ଦିବସରେ ନିଜ ଅଞ୍ଚଳର ତଥା ଦେଶର ବିକାଶ ଦିଗରେ ଯୁବକ ମାନଙ୍କର ଭୂମିକା କଣ ରହିଛି ତାହା ଉପରେ ଆଲୋଚନା କରିଥିଲେ ପରେ ଏକ ପଦଯାତ୍ରା କରି ଗାଁ ପରିଭ୍ରମଣ କରାଯାଇଥିଲା। ଜେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।