ଭାଙ୍ଗିଲା ଗୁମାବାହାଲ ଗ୍ରାମର ଠେଲକୋ ସାଗର ବନ୍ଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ଗୁରୁବାର ଅପରାହ୍ନ ରେ ଲଗାଣ ବର୍ଷା ଯୋଗୁଁ ଗୁମାବାହାଲ ଗ୍ରାମର ଠେଲକୋ ସାଗର ବନ୍ଧ ଭାଙ୍ଗି ଯାଇଛି ଯା‌ହାରି ଫଳରେ ସାଗରର ତଳରେ ଥିବା ଓମ୍ ପ୍ରକାଶ ଶର୍ମାଙ୍କ ସମେତ ଅନ୍ୟ ଚାଷୀଙ୍କ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହେଇଯାଇଛି। ଯେଉଁଥିପାଇଁ ପାଣି ଜମି ରହି ଚାଷ ଜମିର ଧାନ ସବୁ ପଚି ଯାଇ ନଷ୍ଟ ହେବାରେ ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଯେ ଠେଲକୋ ସାଗର ୧୮ ଏକର ବିଶିଷ୍ଟ। ଯାହା କଲମପୁର ପଞ୍ଚାୟତର ଅନ୍ୟ ଏକ ଆୟର ପନ୍ଥା। ଚାଷୀଙ୍କ ଆବଶ୍ୟକତା ସମୟରେ ଜଳସେଚନ ଯୋଗାଇବାର କ୍ଷମତା ଥିବା ଏହି ସାଗର ଏବେ ପ୍ରଶାସନର ଦୃଷ୍ଟିଆଢୁଆଳରେ। ତେଣୁ ଏହାର ବିକାଶ ହେଇ ପାରୁନଥିବା ବେଳେ କିଛି ଲୋକ ଏବର ଦଖଲ କରିଚାଲିଛନ୍ତି। ଯେଉଁଥିପାଇଁ ସାଗରର ପରିମାଣ ହ୍ରାସ ହେବା ସହ ଜଳ ଧାରଣ କ୍ଷମତା କମିବାରେ ଲାଗିଛି। ବର୍ଷ ବର୍ଷ ଧରି ଏହି ସାଗରର ମରାମତି ଦିଗରେ ପଞ୍ଚାୟତ ଅଥବା ବ୍ଲକ୍ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଏକ ଜଳ ଉତ୍ସ ବିପର୍ଯ୍ୟସ୍ତ ହେବାରେ ଲାଗିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.