ଉଳିକୁପାରେ ସ୍ୱଚ୍ଛତା ପକ୍ଷ ପାଳନ

ଆବର୍ଜନା ମୁକ୍ତ ଭାରତ ଗଠନରେ ସମସ୍ତଙ୍କ ସହଭାଗୀତା ଏକାନ୍ତ ଆବଶ୍ୟକ -ହରିଶଙ୍କର ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶରେ ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଏକପକ୍ଷ ଧରି ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ରବିବାର ନର୍ଲା ବ୍ଲକ ଓ ଡାକ୍ତରଖାନା ରେ ମଧ୍ୟ ପାଳିତ ହୋଇଯାଇଛି ଆବର୍ଜନା ମୁକ୍ତ ଭାରତ ପକ୍ଷ । ଏହିକ୍ରମରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ ର ଉଳିକୁପାର ବିଭିନ୍ନ ସ୍ଥାନରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ସ୍ୱଚ୍ଛତା ପକ୍ଷ । ପ୍ରଥମେ ଉଳିକୁପା ସ୍ଥିତ ନବ ନିର୍ମିତ ଜଗନ୍ନାଥ ମନ୍ଦିର ପରିସର, ଉଳିକୁପା ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଓ ଗ୍ରାମ ସଡକ ପାଶ୍ୱର୍ରେ ଅନୁଷ୍ଠିତ ହୋଇଥିଲା ସଫେଇ ଅଭିଯାନ । ଏଥିରେ ଏମବିକେ, ସିଆରପି, ଜିପିଏଲଏଫ ସଦସ୍ୟା, ମା ଠାକୁରାଣୀ ଗୋଷ୍ଠୀର ସଦସ୍ୟମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ଏସଏମ୍ସି ସଭାପତି ଦେବେନ୍ଦ୍ର ଶବର, ପ୍ରଧାନ ଶିକ୍ଷକ ଭବାନୀପ୍ରସାଦ ନାଏକ, ଶିକ୍ଷକ ପର୍ଶୁରାମ ସାହୁ, ଅନୀଲ ପଧାନ, ଶିକ୍ଷୟତ୍ରୀ ଦମୟନ୍ତୀ ମାଝୀ, ଦୁଷ୍ମନ୍ତ ରଣା, ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନଏମ, ପୂର୍ଣ୍ଣମୀ ମାଝୀ, ସବିତା ରଣା, ଆଶାକର୍ମୀ ବଲମତି ଶବର, ଏଏନଏମ କଳ୍ପନା ରାଉତ, ବେଣୁ ରଣା ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ପକ୍ଷ ଓ ଆବର୍ଜନା ମୁକ୍ତ ଭାରତ ଗଠନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.