ଓଡିଶା ପ୍ରତିଭା ସମ୍ମାନ ପାଇଲେ ସାମ୍ବାଦିକ କାମେଶ ରଞ୍ଜନ ନାଗ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଯୁବ ସାମ୍ୱାଦିକ କାମେଶ ନାଗଙ୍କୁ ଭୁବନେଶ୍ୱର ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି l ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଡ଼ି.ପି. ଚୌଧୁରୀ ଓ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଶ୍ରୀ ନାଗଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରିଛନ୍ତି ।ସାମ୍ବାଦିକତାକୁ ସମାଜସେବା ଭାବେ ଆରମ୍ଭ କରି କାମେଶ ସବୁବେଳେ ଗରିବ, ନିରୀହ, ନିଷ୍ପେସିତ, ଦିବ୍ୟାଙ୍ଗଙ୍କ ଖବର ପ୍ରସାରଣ କରି ଆସୁଛନ୍ତି l ମୁଖ୍ୟତଃ ଶାଗବାହାଳିର ଜଣେ ଝିଅର ଆତ୍ମହତ୍ୟା ଘଟଣା, ଗଛମୂଳେ କରୋନା ଆକ୍ରାନ୍ତ, ହିତାଧିକାରୀଙ୍କ ଟଙ୍କା ହଡପ, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଦାଦନ ସମସ୍ୟା, ଆଦିବାସୀଙ୍କୁ ଆକ୍ରମଣ, ଏସସି, ଏସଟି, ଓବିସିଙ୍କ ଅଧିକାର ପାଇଁ ଖବର ପ୍ରସାରଣ କରି ସାମ୍ବାଦିକତାରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ସେଥିପାଇଁ ଶ୍ରୀ ନାଗ ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ସମ୍ମାନିତ ହୋଇଥିଲେ l ବର୍ତ୍ତମାନ ଓଡିଶା ପ୍ରତିଭା ସମ୍ମାନିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l କାମେଶ ନାଗ ସବୁବେଳେ ଦଣ୍ଡପାଟ ଅଞ୍ଚଳର ବିକାଶ ତଥା ଅବହେଳିତ,ନିଷ୍ପେଶିତ ଲୋକଙ୍କ ପାଇଁ ସଂଘର୍ଷ କରିଆସୁଛନ୍ତି। କାମେଶଙ୍କ ଏହି ସଫଳତା ପାଇଁ ଦଣ୍ଡପାଟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.