ସରସ୍ଵତୀ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର: ୧୦୦ ୟୁନିଟ ରକ୍ତ ସଂଗୃହୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଭବାନୀପାଟଣା ସ୍ଥିତ ସରସ୍ଵତୀ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ (ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ) ମାଧ୍ୟମରେରେ ୟୁଥ୍ ରେଡ୍‌କ୍ରସ୍ ଦ୍ଵାରା ଏକ ରକ୍ତଦାନ ଶିବିର ଅକ୍ଟୋବର ୬ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିହାରେନ୍ଦ୍ର ପଣ୍ଡା ମୁଖ୍ୟ ଅଥିତି ଭାବେ ଯୋଗଦାନ କରି ମହାବିଦ୍ୟାଳୟର ରକ୍ତ ଦାନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ତଥା ରକ୍ତଦାନର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ ଭବାନୀପାଟଣାର ନିର୍ଦ୍ଦେଶକ ଡ଼ି. ଶ୍ୟାମ, ନିର୍ଦ୍ଦେଶକ ଡ଼ି. ରାମ କୁମାର, ଅନୁଷ୍ଠାନର ଏକାଡେ଼ମିକ୍‌ ଇନ୍‌ଚାର୍ଜ୍ ଡ଼ି. ବିଜୟା ରକ୍ତଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ବିକାଶ ଅନୁଷ୍ଠାନର ପରିଚାଳନା କମିଟି ସଦସ୍ୟା ଡ଼ି. ପଦ୍ମିନୀ ସୁପରିଚାଳିତ କରାଇଥିଲେ I ଏଥି ସହିତ ଅନୁଷ୍ଠାନର ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ, ଆଇ .ଟି. ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼. ସୁଦିପ୍ତ ଜେନା, ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା କେ. ଜୟଶ୍ରୀ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ I ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ର ଓ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ବସନ୍ତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ I ଏହି ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.