ମୋଦିଙ୍କୁ ‘ବଡ଼ ମିଛୁଆ’ କହିଲା କଂଗ୍ରେସ, ରାହୁଲଙ୍କୁ ‘ରାବଣ’ ସଜାଇଲା ବିଜେପି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସୁଛି ନିର୍ବାଚନ। ସଜବାଜ ହେଉଛନ୍ତି ସମସ୍ତ ଦଳର ନେତା। ୨୦୨୪ ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ଶାସକ-ବିରୋଧୀ ଦଳ ମଧ୍ୟରେ ପୋଷ୍ଟର ୱାର ବଢିଚାଲିଛି। ବର୍ତ୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼। ଉଭୟ ଦଳ ଭିତରେ ଚାଲିଛି ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗି। କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଏକ ଫଟୋ ପୋଷ୍ଟ କରି ‘ସବୁଠାରୁ ବଡ଼ ମିଛୁଆ’ ଏବଂ ‘ଜୁମ୍‌ଲା ବଏ’ ବୋଲି ଲେଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାର ଗୋଟିଏ ଦିନ ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ ରାବଣ କହି ତାଙ୍କର ଏକ ପୋଷ୍ଟର ସେୟାର କରିଛି। ପୋଷ୍ଟରକୁ ନେଇ ବିଜେପି ଉପରେ ଖପ୍ପା ହୋଇଛି କଂଗ୍ରେସ। ସୂଚନା ଅନୁସାରେ ବୁଧବାର ନରେନ୍ଦ୍ର ମୋଦିଙ୍କ ଏକ ପୋଷ୍ଟର କଂଗ୍ରେସ ସେୟାର କରିବା ପରେ ବିଜେପି ରାହୁଲଙ୍କ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛି। ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ବିଜେପି। ଟ୍ୱିଟ କରି ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ। ସେ ଖଳ ପ୍ରକୃତିର ଏବଂ ଧର୍ମ ତଥା ରାମ ବିରୋଧୀ।

Udyog Nursery
Udyogi Nursery

ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ପୋଷ୍ଟରରେ ରାହୁଲଙ୍କ ୭ଟି ମୁଣ୍ଡ ଦେଖାଦେଇଛି। ରାହୁଲଙ୍କୁ ରାବଣ ସଜାଇବାର ପୋଷ୍ଟରକୁ ନାପସନ୍ଦ କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ବିଜେପିର ଆଧିକାରୀକ ହ୍ୟାଣ୍ଡେଲରୁ ରାହୁଲଙ୍କୁ ରାବଣ ରୂପରେ ଦେଖାଇଥିବା ଏକ ନୃଶଂସ ଗ୍ରାଫିକ୍ସର ଅସଲ ଉଦ୍ଦେଶ୍ୟ କ’ଣ? ଏହାର ଉଦ୍ଦେଶ୍ୟ କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ହିଂସାକୁ ବୃଦ୍ଧି କରିବା ଏବଂ ଉକୁସାଇବା, ଯାହାଙ୍କ ବାପା ଓ ଜେଜେମା’ଙ୍କୁ ହତ୍ୟା କରିଦିଆଯାଇଥିଲା। ସେମାନେ ଏବେ ଭାରତକୁ ବିଭାଜିତ କରିବାକୁ ଚାହୁଁଛନ୍ତି ବୋଲି ଜୟରାମ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.