ରାଜ୍ୟରେ ବିଜେପି କ୍ଷମତାସୀନ ହେଲେ ପ୍ରଥମ ବର୍ଷରେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯିବ -ମନମୋହନ ସାମଲ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୨୦୨୪ ମସିହାରେ ଓଡିଶାରେ ବିଜେପି କ୍ଷମତାସୀନ ହେଲେ ପ୍ରଥମ ବର୍ଷରୁ ରାଜ୍ୟବାସୀଙ୍କ ହିତ ପାଇଁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯିବ ଓ ବାକି ୪ବର୍ଷ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ କାର୍ଯ୍ୟକାରିତା କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଏବେ ରାଜ୍ୟରେ ଏକ ସ୍ଵାଭାବିକ ନେତା ଆବଶ୍ୟକତା ରହିଛି। ତେଣୁ ବିଜେପି ଦଳ କ୍ଷମତାସୀନ ହେଲେ ଶାସନକୁ ଅଧିକ ଗତିଶୀଳ କରାଯିବ। ରାଜ୍ୟର ଚାଷୀ, ଶ୍ରମିକ, ଶିକ୍ଷକମାନଙ୍କ ସମସ୍ୟା ସମାଧାନ କରାଯିବା ଉପରେ ପ୍ରାଥମିକ ଦିଆଯିବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟର ବିକାଶ ନେଇ ଦେଶରେ ମଡ଼େଲ ଭାବରେ ଗଠନ କରାଯିବା। ଦଳକୁ କ୍ଷମତାସୀନ କରିବା ପାଇଁ ପ୍ରତି ବୁଥରେ କାର୍ଯ୍ୟକର୍ତ୍ତାମାନେ ବୁଥ ପାଳକ ଭାବରେ ନିଜର ବୁଥରେ ବିଜେପି ଜିତାଇବାର ସମୟ ଆସିଛି ବୋଲି ରାଜ୍ୟ ସଭାପତି ସାମଲ ଉଦବୋଧନ ଦେଇଥିଲେ। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏହି ସୋନପୁର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗିର ସାଂସଦ ପ୍ରତିନିଧି ଶରତ ଶତପଥୀ, ପୂର୍ବତନ ଜିଲ୍ଲା ସଭାପତି ରାଜ କିଶୋର ମେଣ୍ଡଲି, ପୂର୍ବତନ ଜିଲ୍ଲା ସଭାପତି ସୁରେଶ ମହଲା, ଅଶୋକ ପୂଜାରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜିନ ବିଶି ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପରେ ଦଳ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶାରେ ଶାସନ ପରିବର୍ତ୍ତନର ଆଭାସ ଆସିଲାଣି ନୂଆଁ ଆଶା ଓ ସ୍ଵପ୍ନ ଓଡ଼ିଶା ବାସୀ ଦେଖିବା ଆରମ୍ଭ କରୁଛନ୍ତି। ଅପର ପକ୍ଷରେ ବଢୁ ଥିବାର ଅନ୍ୟାୟ, ଅତ୍ୟାଚାର ସହ ରାଜ୍ୟ ସରକାର ଅନେକ ନୀତି କଟୁ ସମାଲୋଚନ କରି ଥିଲେ ରାଜ୍ୟ ବିଜେପି ସଭାପତି ସାମଲ। ରାଜ୍ୟ ସଭାପତି ସାମଲଙ୍କୁ ସ୍ଥାନୀୟ ଝିଙ୍କି ଛକରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ପରେ ରାଜ୍ୟ ସଭାପତି ସାମଲଙ୍କୁ ଏକ ବାଇକ ରାଲିରେ ବସଷ୍ଟାଣ୍ଡ-ନଳିନୀ ଛକ ଖଦାଳପଡ଼ା ଦେଇ ପଟାଭାଡ଼ି ଠାରେ ମେରା ମାଟି ମେରା ଦେଶ କାର୍ଯକ୍ରମରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.