ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡ଼ର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି କ୍ରମରେ ଆଜି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟଙ୍କ ସଂଯୋଜନାରେ ମା କନକା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣଠାରୁ ପଦଯାତ୍ରା ବାହାରିଛି। ଏହା ୧୫ ଗୋଟି ପଞ୍ଚାୟତ ଏବଂ ପୁରୁଷୋତ୍ତମପୁର ଏନଏସି ସାରା ବୁଲିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ତଥା ରାଜ୍ୟ କାଜୁ ନିଗମ ଅଧକ୍ଷ  ସୁବାଷ ଚନ୍ଦ୍ର ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ମହାପାତ୍ର, ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ଗଞ୍ଜାମ ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା କାଉସିଲର ଅଶୋକ କୁମାର ମହାଙ୍କୁଡ, ପୁରୁଷୋତ୍ତମପୁର ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଗଞ୍ଜାମ ବିଜେଡି ଉପ ସଭାପତି ଦିଗାମ୍ବର ପାଣିଗ୍ରାହୀ, ଶୁଭ୍ରାଂଶୁ ଶେଖର ସାବତ, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ପ୍ରତେକ ପଞ୍ଚାୟତ ଅଞ୍ଚଳରେ ଓଡିଶା ସରକାରଙ୍କ ବହୁମୁଖୀ ବିକାଶ ବାର୍ତ୍ତା ଲୋକଙ୍କୁ ବାଣ୍ଟିଥିଲେ। ଏହାସହ ବରିଷ୍ଠ ବିଜେଡି ନେତା ନରସିଂହ ପଣ୍ଡା, ଆସ୍କା ସାସଂଦ ବ୍ଲକ ପ୍ରତିନିଧି ସୁଦର୍ଶନ ନାୟକ, ଏନଏସି ପ୍ରତିନିଧି ପ୍ରେମାନନ୍ଦ ସାହୁ ପ୍ରମୁଖଙ୍କ ସହିତ ପାଞ୍ଚଶହରୁ ଉର୍ଦ୍ଧ ବିଜେଡି କର୍ମୀ ପଦ ଯାତ୍ରାରେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.