ଓଡ଼ିଆ ବାର୍ତ୍ତା/ ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଵ୍ଳକ କୁର୍ସି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୂଜାରୀପାରା ଠାରେ ଓଁ ଶ୍ରୀ କାନ୍ଦାବୁଡା ଯୁବକ ସଂଘ ତରଫରୁ ଦ୍ଵିତୀୟ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୬ ଗୋଟି ଦଳ ଭାଗ ନେଇଥିଲେ। ଶେଷରେ କୁଲାବେଡା ଦଳ ବିଜୟ ହାସଲ କରି ଚାମ୍ପିୟନ ହେବା ସହ ନଗଦ ୮୦୦୦/-ଟଙ୍କାସହ ଟ୍ରଫି ପାଇଥିଵା ବେଳେ କୁର୍ସି ପଂଚାୟତର ଜୁନାପାରା ଉପ ବିଜେତା ହୋଇ ନଗଦ ୫୦୦୦/-ଟଙ୍କା ସହ ଟ୍ରଫି ହାସଲ କରିଥିଲା। ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଉମରକୋଟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ, ସମ୍ମାନିତ ଅତିଥି ଭାବେ ଉମରକୋଟ ପୈାରପରିଷଦର କାଉନସିଲର ତଥା ପିସିସି ସଦସ୍ୟ ମୁନା ପାଢ଼ୀ, ନଗର କଂଗ୍ରେସ କମିଟି ଉପ ସଭାପତି ଏସ୍ ବିଜୟ, ସାଧାରଣ ସଂପାଦକ ପର୍ଶୁରାମ ନାୟକ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅଜୟ କୁମାର ଚୌହାନ, ଗ୍ରାମ ପଞ୍ଚାୟତ ସଭାପତି ରାଜୁ ଖରା, ସଂପାଦକ ବିଶୁ ସାନ୍ତା, ରାଇଘର ନଗର କଂଗ୍ରେସ କମିଟି ସଭାପତି ଅନ୍ଓର ଆଲ୍ଲାମ, ପୂର୍ବତନ ସମିତି ସଭ୍ୟ ବଂଶି ମାଝୀ, ଆୟୋଜକ ସଭାପତି ପୂର୍ଣ୍ଣ ପୂଜାରୀ, ସଂପାଦକ କାର୍ତ୍ତିକ ଗଣ୍ଡ, ଚକ୍ର ପୂଜାରୀ, ପଲସ ଗଣ୍ଡ, ରଘୁ ପୂଜାରୀ, ଡମନ ମାଝୀ, ତ୍ରିନାଥ ପୂଜାରୀ, କାନ୍ଦୁ ସାନ୍ତା, ରାମଧର କଲାର୍, ସୁନ୍ଦର ସିଂ ଗଣ୍ଡ, ଚୁମାର ସିଂ ଗଣ୍ଡ, ସୁରେନ୍ଦ୍ର ପନକା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ଦୁଇ ହଜାର ଖେଳ ପ୍ରେମୀ ଫାଇନାଲ ଖେଳକୁ ଉପଭୋଗ କରିଥିଲେ।