ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗାୟତ୍ରୀ ମନ୍ଦିର ପରିସରରେ ସହରର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ବାହାରି ନୂଆଁବନ୍ଦ ପୋଖରୀକୁ ପହଂଚିଥିଲେ l ସେଠାରେ ପୂଜାର୍ଚ୍ଚନ କରି ଘଣ୍ଟବାଜା ଓ ସଂକୀର୍ତ୍ତନ ଦ୍ୱାରା ବିରାଟ ଶୋଭାଯାତ୍ରା ବାହାରି ମନ୍ଦିର ଠାରେ ଜଳଭରା କଳସ ସ୍ଥାପନ କରିଥିଲେ l ଏଥିରେ ସୁଶାନ୍ତ ମାଝୀଙ୍କ ତତ୍ତ୍ୱବଧାନରେ ସୁରେଶ ରଣା ଓ ତାଙ୍କ ଧର୍ମ ପତ୍ନୀ କୌଶଲ୍ୟ ରଣା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ହରି ଅଗ୍ରୱାଲ, ପ୍ରଦୀପ ଜାଲ, ପ୍ରମୋଦ ବୈଠାରୁ, ସୋମନାଥ ପଟେଲ, ଅଖିଳ ସାହୁ, ମୁନୁ ପଟେଲ, ଲିଙ୍ଗ ବୈଠାରୁ,ଓମ ପ୍ରକାଶ ଅଗ୍ରୱାଲ, ହରି ସାହୁ , ସଚିକାନ୍ତ ସାହୁ ଓ ଅନି ରାଓ ଙ୍କ ସମେତ ଗାୟତ୍ରୀ ପରିବାର ସଦସ୍ୟ ଓ କର୍ମକର୍ତ୍ତାମାନେ ସାମିଲ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.