ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ପାଇଲେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ତାଲସର ଗାଁରେ ଚଳିତ ବର୍ଷ ଏପ୍ରିଲରେ ଏକ ଗୟଳ ଦ୍ୱାରା ଜଣେ ୭୬ ବର୍ଷୀୟ ବୃଦ୍ଧ ମୃତ୍ୟର ଶିକାର ହୋଇଥିଲେ। ମୃତକ ତୁକାରାମ ବଡାଡେ ଜଣେ ସ୍ଥାନୀୟ ପୂଜାରୀ ଓ ଚାଷୀ ଥିଲେ। ଗାଁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ତାଙ୍କୁ ଗୟଳ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ୭ ଦିନ ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ବନ ବିଭାଗ ପକ୍ଷରୁ ତୁକାରାମଙ୍କ ପତ୍ନୀ ପାର୍ବତୀଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରତ୍ନଗିରି ବନଖଣ୍ଡ ଅଧିକାରୀ ଦୀପକ ଖାଡେ ଏହି କ୍ଷତିପୂରଣକୁ ଅନୁମୋଦନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସମାନ ରେଞ୍ଜରେ ଗୟଳ ଆକ୍ରମଣର ଏହା ଦ୍ୱିତୀୟ ଘଟଣା। ୨୦୨୨ ଜୁଲାଇରେ ଫୁରସ ଗାଁରେ ସତୀଶ ଯାଦବ ନାମକ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଏକ ଗୟଳ ଦ୍ବାରା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ। ଯାଦବ ଜଣେ ପାର୍ଟ ଟାଇମ୍ ଡ୍ରାଇଭର ଥିଲେ ଏବଂ ତାଙ୍କର ଦୁଇ ଜଣ ନାବାଳିକା ଥିଲେ। ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଘଟଣା ଘଟିବାର ଏକ ସପ୍ତାହ ପରେ ସରକାର କ୍ଷତିପୂରଣ ରାଶିକୁ ସଂଶୋଧନ କରି ୨୦ ଲକ୍ଷ ଟଙ୍କା କରିଥିଲେ।ସହକାରୀ ବନ ସଂରକ୍ଷକ (ଆଞ୍ଚଳିକ)-ରତ୍ନଗିରି ବୈଭବ ବୋରାଟେ କହିଛନ୍ତି ଯେ, ନିକଟରେ ସରକାର ଗୟଳ ଆକ୍ରମଣରେ ମୃତ୍ୟୁ ହେଲେ କ୍ଷତିପୂରଣ ରାଶିକୁ ୨୫ ଲକ୍ଷ ଟଙ୍କାକୁ ସଂଶୋଧନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.