ଆଜି ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ଵରୀ

ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ କାତ୍ୟାୟନୀ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠ ରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଶୁକ୍ରବାର ଆଶ୍ୱିନ ଶୁକ୍ଳ ପକ୍ଷର ଷଷ୍ଠୀ ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ବଗଳାମୁଖୀ ବେଶ ରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିର ରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ପଞ୍ଚମ ଦିବସ ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀ ଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି କାତ୍ୟାୟନୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସେପଟେ ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ର ଷଷ୍ଠ ଦିନ ରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ କାତ୍ୟାୟନୀ ରୂପରେ ଦର୍ଶନ ଦେଇଛନ୍ତି l ତେବେ ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଚନ୍ଦ୍ରହାସୋଜ୍ଜ୍ୱାଳକରା ଶାର୍‌ଦୁଳବରବାହନା ।
କାତ୍ୟାୟନୀ ଶୁଭଂ ଦତ୍ୟାଦ୍ଦେବୀ ଦାନବଘାତିନୀ । ।
ମାତା ଦୁର୍ଗାଙ୍କର ଷଷ୍ଠ ସ୍ୱରୂପର ନାମ ହେଉଛି କାତ୍ୟାୟନୀ । ଏହି ନାମ ପଛରେ ଏକ ବୃତ୍ତାନ୍ତ ରହିଛନ୍ତି । ‘କତ’ ନାମରେ ଜଣେ ପ୍ରସିଦ୍ଧ ମହର୍ଷି ଥିଲେ । ତାଙ୍କର ପୁତ୍ର ଋଷି କାତ୍ୟା ଥିଲେ । ସେହି କାତ୍ୟାଙ୍କ ଗୋତ୍ରରେ ବିଶ୍ୱପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମ ହୋଇଥିଲେ । ସେ ଭଗବତୀ ପରାତ୍ମାଙ୍କ ଉପାସନା କରି ବହୁ ବର୍ଷ ଘୋର ତପସ୍ୟାରେ ରତ ହୋଇଥିଲେ । ତାଙ୍କର ଇଚ୍ଛା ଥିଲା ଯେ ତାଙ୍କ ଘରେ ଭଗବତୀ ଝିଅ ହୋଇ ଜନ୍ମ ହୁଅନ୍ତୁ । ମାତା ଭକ୍ତଙ୍କର ସେହି ପ୍ରାର୍ଥନା ସ୍ୱୀକାର କରିଥିଲେ ।
କିଛି କାଳ ପରେ ପୃଥିବୀରେ ଯେତେବେଳେ ଦାନବ ମହିଷାସୁରର ଅତ୍ୟାଚାର ବଢ଼ି ଚାଲିଲା, ସେତେବେଳେ ମହିଷାସୁରକୁ ବିନାଶ କରିବା ନିମନ୍ତେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ନିଜ ନିଜ ତେଜର ଅଂଶ ଦେଇ ଏକ ଦେବୀଙ୍କୁ ଉତ୍ପନ୍ନ କଲେ । ସର୍ବ ପ୍ରଥମେ ମହର୍ଷି କାତ୍ୟାୟନ ସେହି ଦେବୀଙ୍କୁ ପୂଜା କରିଥିଲେ, ମାତା ତାଙ୍କର କନ୍ୟା ରୂପେ ଜନ୍ମ ହୋଇ ତାଙ୍କର ଇଚ୍ଛା ପୂରଣ କରିଥିଲେ ଓ କାତ୍ୟାୟନୀ ନାମ ପାଇଥିଲେ ।
ଅନ୍ୟ ଏକ କଥା ଅନୁସାରେ ମାତା କାତ୍ୟାୟନଙ୍କ ଘରେ ଝିଅ ହୋଇ ଜନ୍ମିଥିଲେ ଓ କାତ୍ୟାୟନ ଋଷିଙ୍କର ପୂଜା ଗ୍ରହଣ କରି ଦଶମୀ ଦିନ ମହିଷାସୁରକୁ ବଧ କରିଥିଲେ ।
ମାତା କାତ୍ୟାୟନୀ ହେଉଛନ୍ତି ଅମୋଘ ଫଳଦାୟିନୀ । ବ୍ରଜ ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପତି ରୂପରେ ପାଇବା ନିମନ୍ତେ ଯମୁନା ତଟରେ ଏହି ମାତାଙ୍କର ପୂଜା କରିଥିଲେ । ଏହି ମାଆ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରତିଷ୍ଠିତା । ଏହି ମା’ଙ୍କର ସ୍ୱରୂପ ଅତ୍ୟନ୍ତ ଭବ୍ୟ ଓ ଦିବ୍ୟ । ଏହାଙ୍କର ବର୍ଣ୍ଣ ସୁବର୍ଣ୍ଣ ପରି ଉଜ୍ୱଳ ଓ ଭାସ୍ୱର । ମାତା ଚତୁର୍ଭୁଜା । ମାତାଙ୍କ ଦକ୍ଷିଣ ପଟର ଉପର ହାତରେ ଅଭୟ ମୁଦ୍ରା ଓ ତଳ ହାତରେ ବର ମୁଦ୍ରା; ବାଆ ପଟର ଉପର ହାତରେ ତରବାରୀ ଓ ତଳ ହାତରେ ପ୍ରସ୍ଫୁଟିତ ପଦ୍ମ ଶୋଭାପାଏ, ମାତା ସିଂହବାହିନୀ ଅଟନ୍ତି l ସେପଟେ ସହର ର ଥନାପତି ପଡା ରେ ମଧ୍ୟ ମା ଙ୍କ ନବରାତ୍ରୀ ପୂଜା ଧୁମଧାମ ରେ ଚାଲିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.