ସଇଁତଲାରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ କାର୍ଯ୍ୟଳୟରେ ଶୁକ୍ରବାର ନୂତନ ବିଡ଼ିଓ ଭାବେ ବିନୟ କୁମାର ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି l ଗତ ସେପ୍ଟେମ୍ବର ୧୨ ତାରିଖ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ପ୍ରକାଶିତ ପତ୍ର ନଂ 20549/23 ଵିଜ୍ଞାପନ ଅନୁସାରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ବିଡ଼ିଓ ଶ୍ରୀ ଭୋଇଙ୍କୁ ସଇଁତଲା ବଦଳି ହୋଇଥିଲା l ସେ ଆଜି ବିଧିବଦ୍ଧ ଭାବେ ସଇଁତଲା ବ୍ଲକ କାର୍ଯ୍ୟଳୟ ଙ୍କୁ ପହଂଚି ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ବିଦାୟୀ ବିଡ଼ିଓ ଶ୍ରୀ ନାଗ ଙ୍କ ସମେତ ସେକସନ ଅଫିସର ପର୍ଶୁରାମ ନାୟକ, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ , ଆକାଉଣ୍ଟ ଅଫିସର ଲଛମନ ଯାନୀ, କୋଷାଧ୍ୟକ୍ଷ ତରୁଣାକର ଧରୁଆ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଏପିଓ ସୁଶ୍ରୀ ତନୁଜାବାସିନୀ ଦାସ, ସିପି ସୁଦର୍ଶନ ନନ୍ଦ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା, କିରାଣୀ ଅନ୍ତର୍ଯ୍ୟାମୀ ଭୋଇ, ସଂଗ୍ରାମ ମିଶ୍ର ଓ ଅକ୍ଷୟ ସାହୁ ଙ୍କ ସମେତ ବ୍ଲକର ସମସ୍ତ ବିଭାଗର ଅଧିକାରୀ, କାଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ବିଡ଼ିଓ ଶ୍ରୀ ଭୋଇଙ୍କୁ ଅଭିନନ୍ଦନ ଓ ସ୍ୱାଗତ ଜଣାଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.