ମୁମ୍ବାଇ ଲୋକାଲ ଟ୍ରେନର ମହିଳା କୋଚରେ ଯୁବକଙ୍କ ଡ୍ରଗ୍ସ ସେବନ, ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ପ୍ରାୟ ସବୁ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି ମୁମ୍ବାଇ ଓ ଦିଲ୍ଲୀର ଲୋକାଲ ଟ୍ରେନ । କେଉଁଠି ଟ୍ରେନ ଭିତରେ କିଏ ଗୋଧୋଇଲାଣି ତ ଆଉ କିଏ ଡ୍ୟାନ୍ସ କଲାଣି । ପୁଣି ଆଉ କେଉଁଠି ପ୍ରେମୀଯୁଗଳ ମାନେ ତାଙ୍କ ରୋମାନ୍ସ ଆରମ୍ଭ କରିଦେଲେଣି । ପୁଣି କିଏ ନିଜକୁ ଫେମସ କରିବାକୁ ବିକିନି ପିନ୍ଧି ଏହି ଲୋକାଲ ଟ୍ରେନରେ ଯାତ୍ରା କଲେଣି । ତେବେ ରୀତିମତ ଏହିଭଳି ଅଜବ ଖବର ସାମ୍ନାକୁ ଆସୁଥିବା ବେଳେ, ପୁଣି ଆଉ ଏକ ଭିଡିଓ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁମ୍ବାଇର ଲୋକାଲ ଟ୍ରେନରେ ଜଣେ ଯୁବକ ମହିଳାଙ୍କ କୋଚରେ ଜବରଦସ୍ତ ଚଢିଯିବା ସହ ଡ୍ରଗ୍ସର ସେବନ କରୁଛି । କିନ୍ତୁ ମହିଳା ଯାତ୍ରୀ ମାନେ ଉକ୍ତ ଯୁବକକୁ କିଛି ନକହି ଡ୍ରଗ୍ସ ସେବନର ଧୁଆଁ କାରଣରୁ ମୁହଁରେ ରୁମାଲ ଦେଇଥିବା ଦେଖିବାକୁ ମିଳିଛି । ଏହି ସମୟର ଦୃଶ୍ୟକୁ ଜଣେ ବ୍ୟକ୍ତି ମୋବାଇଲରେ କଏଦ କରିବା ସହ ତାଙ୍କ ଟ୍ବିଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏହି ପୋଷ୍ଟ କେବଳ ଅନଲାଇନ ଇଣ୍ଟରନେଟ ବ୍ୟବହାରକାରୀଙ୍କ ନୁହେଁ ରାଜନେତା ତଥା ପୋଲିସର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି । ଭାଇରାଲ ଭିଡିଓର ଜବାବରେ କେନ୍ଦ୍ରୀୟ ରେଳବାଇର ସରକାରୀ ହ୍ୟାଣ୍ଡେଲ ତୁରନ୍ତ ରେଳ ପରିଚାଳକଙ୍କୁ ଏହି ଘଟଣାର ଧ୍ୟାନ ଦେବାକୁ ଅନୁରୋଧ କରିଛି । ଏହା ସହିତ ମୁମ୍ବାଇ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରି ରେଲୱେ ପୋଲିସକୁ ଟ୍ୟାଗ୍ କରିଥିଲା। ଅଧିକାରୀଙ୍କ ବ୍ୟତୀତ ଲୋକସଭା ସାଂସଦ ତଥା କାର୍ଯ୍ୟକାରୀ ଏନସିପି ସଭାପତି ସୁପ୍ରିୟା ସୁଲେ ମଧ୍ୟ ଏହି ଭାଇରାଲ ଭିଡିଓକୁ ବିରୋଧ କରିଛନ୍ତି । ସାଧାରଣ ପରିବହନରେ ମହିଳାଙ୍କ ସୁରକ୍ଷାକୁ ନେଇ ସେ ଉଦବେଗ ପ୍ରକାଶ କରି ମରାଠୀରେ ଲେଖିଛନ୍ତି, ‘ଏହି ଯୁବକଙ୍କ ମହିଳା କୋଚରେ ଅନଧିକୃତ ପ୍ରବେଶ ଏବଂ ଡ୍ରଗ୍ ସେବନର ଭିଡିଓ କେବଳ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରେ ନାହିଁ, ବରଂ ଏହା ମଧ୍ୟ ସୂଚାଇ ଦିଏଯେ, ଯୁବକମାନେ ଏହି ନିଶା ଦ୍ରବ୍ୟ ଗୁଡ଼ିକୁ ଅତି ସହଜରେ ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେଳ ସୁରକ୍ଷା ଏବଂ ମୁମ୍ବାଇ ପୋଲିସ ପାଇଁ ଏଭଳି କାର୍ଯ୍ୟକଳାପର ମୁକାବିଲା ପାଇଁ ପ୍ରଭାବଶାଳୀ ସହଯୋଗ କରିବା ଜରୁରୀ ଅଟେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଏହି ଭିଡିଓ ଉପରେ ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.