କିଟ-କିସରେ ସମ୍ବର୍ଦ୍ଧିତ ହେଲେ ଏସିଆନଗେମ୍ସ, ୱାର୍ଲ୍ଡ ୟୁନିଭରସିଟି ଗେମ୍ସର ପଦକ ବିଜେତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୧୯ତମ ଏସିଆନ ଗେମ୍ସ ଓ ୩୧ ତମ ୱାର୍ଲ୍ଡ ୟୁନିଭରସିଟି ଗେମ୍ସର ପଦକ ହାସଲ କରିଥିବା କିଟ ଓ କିସର ଛାତ୍ରମାନଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ସର୍ବଦା କ୍ରୀଡାକୁ ପ୍ରାଥମିକତା ଦେଇ ଆସିଛି । ଓଡିଶାକୁ ଏକ କ୍ରୀଡା କେନ୍ଦ୍ରରେ ପରିଣତ କରିବାରେ ଏହି ଦୁଇ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତାଜିନ୍ଦରପାଲ ସିଂ ଟୁର(ଶଟପୁଟ), ଅମିତ ରୋହୀଦାସ (ହକି)ଙ୍କୁ ୫ ଲକ୍ଷର ଟଙ୍କାର ପୁରସ୍କାର ରାଶି ଓ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା (ଜାଭେଲିନ), ତେଜସ୍ୱିନୀ ଶଙ୍କର (ଡେକାଥଲନ)ଙ୍କୁ ୩ ଲକ୍ଷ ଲେଖାଁଏ ପ୍ରଦାନ କରାଯାଇଥିଲା । ୱାର୍ଲ୍ଡ ୟୁନିଭରସିଟି ଗେମ୍ସରେ ବ୍ରୋଞ୍ଜ ପଦକ ଜିିତିଥିବା ଅମ୍ଳାନ ବୋରଗୋହେନ (୨୦୦ ମିଟର) ଓ ପ୍ରିୟଙ୍କା( ୨୦କିମି ରେସ, ୱାକ ଟିମ)ଙ୍କୁ ୨ ଲକ୍ଷ ଲେଖାଁଏ ପ୍ରଦାନ କରାଯାଇଥିଲା । ଓଡିଶାର ପ୍ରଥମ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଭେଟେରାନ ଫୁଟବଲ ଖେଳାଳି ତଥା ମହିଳା ଟିମର କୋଚ ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ, ଅଲିମ୍ପିଆନ ଦୂତି ଚାନ୍ଦ ଓ ଭାରତର ଦ୍ରୁତତମ ଧାବକ ଅମୀୟ ମଲିକ, ଓଡିଶା ରଗବୀ ଆସୋସିଏଶନର ଉପେନ୍ଦ୍ର ମହାନ୍ତି, କିଟ ଓ କିସର ଫାଉଣ୍ଡର ଅଚ୍ୟୁତ ସାମନ୍ତ, ଭାଇସ ଚ୍ୟାନ୍ସଲର କିଟ ଡିୟୁ ପ୍ରଫେସର ଶରନଜିତ ସିଂ ଓ ଡାଇରେକ୍ଟର ଜେନେରାଲ ସ୍ପୋର୍ଟ୍ସ କିଟ-କିସର ଗଗନେନ୍ଦୁ ଦାସ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡିଶାରେ କ୍ରୀଡାର ଦ୍ରୁତ ବିକାଶ ହେଉଛି ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.