୨୦୧୯ ବିଶ୍ୱକପ ସେମିରେ ହାରିବା ପରେ ଡ୍ରେସିଂ ରୁମରେ ଧୋନୀ, ପାଣ୍ଡ୍ୟା, ପନ୍ତ କାନ୍ଦିଥିଲେ

ଓଡ଼ିଆ ବାର୍ତ୍ତା/ ଧର୍ମଶାଳା: ୨୦୧୯ ବିଶ୍ୱକପ କ୍ରିକେଟ ସେମିଫାଇନାଲର ପରାଜୟକୁ ଏବେ ବି ଭାରତୀୟ ପ୍ରଶଂସକମାନେ ଭୁଲି ପାରି ନାହାନ୍ତି । ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ଭାରତ ଟାଇଟଲ ଦୌଡରୁ ବାଦ ପଡିଥିଲା । ମ୍ୟାଚ ପରେ ଡ୍ରେସିଂ ରୁମରେ ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ମନଦୁଃଖରେ କାନ୍ଦିଥିଲେ । ଏହି ଖୁଲାସା ସେ ସମୟର ଟିମର ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର କରିଛନ୍ତି । ଧୋନୀଙ୍କ କ୍ୟାରିୟରର ଏହା ଶେଷ ମ୍ୟାଚ ବୋଲି ପ୍ରମାଣିତ ହୋଇଥିଲା । ୧୧ ଜୁଲାଇରେ ଖେଳଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ ହରାଇ ୨୩୯ ରନ କରିଥିଲା । ବର୍ଷା ପାଗ ଯୋଗୁ ମ୍ୟାଚ ବନ୍ଦ ରହିଥିଲା । ଏହା ପରେ ପିଚ ପେସରଙ୍କୁ ସୁହାଇଥିଲା ଏବଂ ଭାରତ ୬ ୱିକେଟ ହରାଇ ୯୧ ରନ କରିଥିଲା । ଧୋନୀ ଏବଂ ରବୀନ୍ଦ୍ର ଜାଡେଜା ଏହା ପରେ ୭ମ ୱିକେଟରେ ୧୧୬ ରନ ଯୋଗ କରିଥିଲେ । ଧୋନୀ ୪୯ ତମ ଓଭରରେ ଆଉଟ ହୋଇ ଯାଇଥିଲେ । ଭାରତ ୨୨୧ ରନରେ ଅଲଆଉଟ ହୋଇ ଯାଇଥିଲା । ପରାଜୟରୁ ବିଜୟର ନିକଟତର କରାଇବା ସତ୍ୱେ ମ୍ୟାଚ ଜିତାଇ ପାରି ନ ଥିବାରୁ ଧୋନୀ ଭାଙ୍ଗି ପଡିଥିଲେ । ସେହି ଦିନର ଡ୍ରେସିଂ ରୁମର ପରିବେଶ ଏବେ ବି ମୋ ମନକୁ ବିଶାଦରେ ଭରି ଦିଏ ବୋଲି ବାଙ୍ଗର କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.