ନବରାତ୍ରୀରେ କୁମାରୀ ପୂଜା

ରଜତ ବଂଶଳ 

ପ୍ରସାର ପରିଚାଳକ, ଓଡ଼ିଆ ବାର୍ତ୍ତା 

ଶାରଦୀୟ ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ, ମନ୍ଦିର ଓ ପୂଜା ମଣ୍ଡପ ମାନଙ୍କରେ କୁମାରୀ ପୂଜା କରାଯାଏ। ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି। ଦେବୀ ପୁରାଣ ଅନୁଯାୟୀ ଯେତେବେଳେ ଦେବରାଜ ଇନ୍ଦ୍ର ଭଗବାନ ଦେବୀ ଭଗବତୀଙ୍କୁ ଖୁସି କରିବା ପାଇଁ ବ୍ରହ୍ମାଙ୍କୁ ପଦ୍ଧତି ମାଗିଥିଲେ, ସେତେବେଳେ ସେ କୁମାରୀ ପୂଜାପାଠକୁ ସର୍ବୋତ୍ତମ ପଦ୍ଧତି ବୋଲି କହିଥିଲେ। କୁହାଯାଏ ନଅ ଜଣ ଝିଅ ଦେବୀ ଦୁର୍ଗାଙ୍କ ନଅଟି ରୂପ। ତେଣୁ ଏହି ତିଥିରେ ଛୋଟ ଛୋଟ ଝିଅଙ୍କୁ ଭୋଜନ ଦେଇ ତୃପ୍ତ କରାଯାଏ। ସେମାନଙ୍କୁ ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁ ଦାନ କରିବାସହ ପ୍ରଣାମ କରାଯାଏ। ବିଶ୍ୱାସ ରହିଛି, ନବରାତ୍ରିରେ କୁମାରୀ ପୂଜା କଲେ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତି। ଭକ୍ତଙ୍କ ମନବାଞ୍ଝା ପୂର୍ଣ୍ଣ କରନ୍ତି ଜଗତଜନନୀ। ଶାସ୍ତ୍ର ଅନୁସାରେ, କନ୍ୟା ପୂଜନ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୁଏ। ମୋକ୍ଷ ପ୍ରାପ୍ତି ନେଇ ବି ବିଶ୍ୱାସ ରହିଛି। କନ୍ୟା ପୂଜନ ପୂର୍ବରୁ ଯଜ୍ଞ ଓ ପୂଜାପାଠ କରାଯାଏ। ଏହାଦ୍ୱାରା ମାଆଙ୍କ କୃପାଦୃଷ୍ଟି ଭକ୍ତଙ୍କ ଉପରେ ପଡ଼େ। କୁମାରୀ, ତ୍ରୀମୂର୍ତି, କଲ୍ୟାଣୀ, ରୋହିଣୀ, କନିକା, ଚଣ୍ଡିକା, ସାମ୍ବାବୀ, ଦୁର୍ଗା, ସୁଭଦ୍ରା ରୂପରେ କୁମାରୀ କନ୍ୟା ମାନଙ୍କୁ ନବମୀ ତିଥିରେ ପୂଜା କରାଯାଏ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.