ଶେଷ ହେଲା ପୋଖରୀବନ୍ଧ ଦୁର୍ଗାପୂଜା: ଭାବରେ ଭିଜିଲା ଭସାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମା’ ଆସିଥିଲେ। ସାରା କଳାହାଣ୍ଡି ଜିଲ୍ଲାର ପୂଜା ମଣ୍ଡପଗୁଡ଼ିକରେ ଦୀର୍ଘ ୯ ଦିନ ଧରି ମା’ଙ୍କୁ ଦର୍ଶନ କରିବାଲାଗି ଭିଡ଼ କରିଥିଲେ ଭକ୍ତ। ଏବର୍ଷର ଗହଳି ପୂର୍ବ ବର୍ଷଗୁଡ଼ିକୁ ଟପି ଯାଇଥିଲା। କେବଳ ଗହଳି ନୁହେଁ, ସାଜସଜ୍ଜା ଓ ଆଡ଼ମ୍ବରରେ ମଧ୍ୟ ଏ ବର୍ଷ ନୂଆ ଉଦାହରଣ ସୃଷ୍ଟି କରିଥିଲା। ମା’ ବିଦାୟ ନେଇଛନ୍ତି । ବର୍ଷଟିଏ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେବାର ପ୍ରତିଶ୍ରୁତି ଦେଇ। ଏ ବିଦାୟ ବେଳା ବିଶେଷକରି ଗତ ପ୍ରାୟ ମାସେ ଧରି ଭୋକ ଶୋଷ ଭୁଲି ପୂଜା ଆୟୋଜନରେ ଲାଗି ପଡ଼ିଥିବା ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କୁ କେମିତି ଭାବପ୍ରବଣ କରି ଦେଇଥିଲା, ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍ଥିତ ମାଁ ହୀରାନୀଳା ଷ୍ଟୋନ୍ କ୍ରସରର ଆୟୋଜିତରେ ପ୍ରଥମ ବର୍ଷ ଆରମ୍ଭ ହୋଇଥିବା ଦୁର୍ଗାପୂଜାର ଭସାଣି ମେଲଣ ସମାରୋହ ଅନୁଷ୍ଟିତ ହେଇଯାଇଛି। ଏହି ସ୍ଥାନରେ ଆୟୋଜିତ ମେଲଣରେ ସ୍ଥାନୀୟ ଅଞ୍ଚଳର ସମସ୍ତ ପଞ୍ଚାୟତ ଅଞ୍ଚଳବାସୀ ଏକାଠି ହୋଇଥିଲେ। ତା’ପରେ ଶୋଭାଯାତ୍ରାରେ ଭସାଣି ସ୍ଥଳକୁ ଆଗେଇ ଯାଇଥିଲେ। ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହରେ ଗାଁ ଦାଣ୍ଡ ଦୁଲୁକି ଉଠୁଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଢ଼ ବିଶାଳ ଶୋଭାଯାତ୍ରାରେ ରାଜ୍ୟ ରାଜପଥ ଦେଇ ବକଟପୁର ନାଳ ଅଭିମୁଖେ ଚାଲିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ଅଗଣିତ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ ରାସ୍ତାକଡ଼ରେ। ଭସାଣ ସମାରୋହରେ ନିସାନ୍ ଢୋଲ,ଶବ୍ଦରେ ଶୋଭାଯାତ୍ରା ପ୍ରକମ୍ପିତ ହେଉଥିଲା। ମେଢ଼ ଚାରିକଡ଼ରେ ଝୁଣା ଓ ଅଗୁରୁ ଗନ୍ଧ ଖେଳିଯାଉଥିଲା। ନାଚ ‌ଦେଖି ଦେଖି ମାଁ ହିରାନୀଳା ଷ୍ଟୋନ୍ କ୍ରସର ମାଲିକ ତଥା ମୁଖ୍ୟ ଆୟୋଜକ ରମେଶ ସାହୁ ଓ କମିଟି ସଦସ୍ୟମାନଙ୍କ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ମା’ଙ୍କୁ ଶୋଭାଯାତ୍ରାରେ ନେଇ ନାଳ ଅଭିମୁଖେ ବାହାରିଥିଲେ। ଏହି ପୂଜା ମଣ୍ଡପରେ ସାର୍ବଜନୀନ ଦୁର୍ଗା ପୂଜା ଉତ୍ସବ ଦୀର୍ଘ ପାଞ୍ଚଦିନ ଧରି ମହାସମାରୋହରେ ପାଳିତ ହୋଇ (ଶୁକ୍ରବାର) ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ବର୍ଷ ପୂଜା ପାଳିତ ହେଇଥିବା ବେଳେ ପୁଲିସ ପକ୍ଷରୁ ଏଠାରେ ସହଯୋଗ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମାଁ ଦୁର୍ଗା ପୂଜା ଷଷ୍ଠୀଠାରୁ ନୀତିକାନ୍ତି ସହ ପୂଜା ଅନୁଷ୍ଠିତ ହେବା ସହିତ ପ୍ରଥମ ଦିବସରେ ବେଲ ବରଣ ହୋଇ କଳସ ସ୍ଥାପନ, ହୋମ, ଚଣ୍ଡିପାଠ ମା’ଙ୍କ ଜଣାଣ, ଆଳତୀ, ଭୋଗ ନୈବେଦ୍ୟ, ପୂର୍ଣ୍ଣାହୂତି, ବନ୍ଦାପନା ହୋଇଥିଲା । ଏଥିରେ ମୁଖ୍ୟ ଆୟୋଜକ ରମେଶ ସାହୁ ଓ ତାଙ୍କ ଧର୍ମପତ୍ନୀ ଶାନ୍ତି ପ୍ରିୟା ସାହୁ କର୍ତ୍ତା ଦାଇତ୍ୱରେ ଥିଲେ। ଏହି ପୂଜା ଉତ୍ସବରେ ପ୍ରତ୍ୟକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ବୁଧବାର ଶେଷ ରଜନୀରେ ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଏବଂ ଚୁମୁକି ମେଲୋଡ଼ି ଅନୁଷ୍ଠିତ ହୋଇଥିଲା। ଏଥିରେ ହଜାର ହଜାର ଦର୍ଶକ ଉପସ୍ଥିତଥିଲେ ମନୋରଞ୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା, ସିକେରକୁପା ଫାଣ୍ଡି ଅଧିକାରୀ ମିନା ରାଓ ଶବର, ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସମିତି ସଭ୍ୟ ଦୀପକ ମହାପାତ୍ର, ସମାଜସେବୀ ନୟନ ପାତ୍ର, ପ୍ରସନ୍ନ ପରିଡା ଏବଂ ସ୍ଥାନୀୟ ଗାଁ ଗୌତିଆ ମାନେ ମଞ୍ଚାସିନ ଥିଲେ। ପ୍ରଥମେ ମୁଖ୍ୟ ଆୟୋଜକ ଶ୍ରୀ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଗୋପାଳ ଦାସ ମହାନନ୍ଦ । ଦୁଇଦିନ ଧରି ଚାଲିଥିବା ନାଚ୍ ପୋଖରୀବନ୍ଧ ନାଚ୍ ରେ ଉତ୍ତୀର୍ଣ୍ଣ କଳାକାରଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଥିରେ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ତଥା ଯୁବକ ମାନେ ନେତୃତ୍ବ ନେଇ ବେସ୍ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.