ମହୁଆ ମାନିଲେ ସେ ଆଇଡି ସେୟାର କରିଥିଲେ, କ’ଣ ଏବେ ଆକ୍ସନ ନେବେ ମମତା?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଥମେ ନା ନା । ଆଉ ଏବେ ହଁ.. ମାରିଲେ ଟିଏମସି ନେତ୍ରୀ ମହୁଆ ମୈତ୍ର। ସାଂସଦ ମହୁଆ ଶୁକ୍ରବାର ଦିନ ହିରାନନ୍ଦନୀ ଗ୍ରୁପର ସିଇଓ ଦର୍ଶନ ହିରାନନ୍ଦନୀଙ୍କୁ ତାଙ୍କ ଲୋକସଭା ଲଗଇନ ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ପ୍ରଶ୍ନ ପୋଷ୍ଟ କରିବାକୁ ଅନୁମତି ଦେଇଥିବା ସ୍ୱୀକାର କରିଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି କଥା କହି ମହୁଆଙ୍କ ବିରୋଧରେ ଲୋକସଭା ବାଚସ୍ପଚିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିକ୍ସ କମିଟି ବା ସଦାଚାର କମିଟି ଏହି ମାମଲାରେ ୩୧ ତାରିଖରେ ହାଜର ହେବାକୁ କହିବା ପରେ ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେବା ବେଳେ ମହୁଆ ଲଗ ଇନ୍ ଆଇଡି ଦେଇଥିବା କଥା ସ୍ୱୀକାର କରିଛନ୍ତି। ଆରମ୍ଭରୁ କିନ୍ତୁ ଏପରି ଅଭିଯୋଗକୁ ସେ ଖାରଜ କରିଥିଲେ। ମମତାଙ୍କ ଦଳର ଏହି ନେତ୍ରୀ ସଂପୃକ୍ତ ବ୍ୟବସାୟୀଙ୍କଠୁ ଟଙ୍କା ନେଇ ଲାଞ୍ଚ ନେଇଥିବା ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି। କିନ୍ତୁ ସେ କହିଛନ୍ତି, ଉପହାର ସ୍ୱରୂପ ସେ ତାଙ୍କ ଠାରୁ କେବଳ ଗୋଟିଏ ସ୍କାର୍ଫ୍ ପାଇଥିଲେ, କିଛି ଲିପଷ୍ଟିକ ଏବଂ ଅନ୍ୟାନ୍ୟ ମେକଅପ୍ ସାମଗ୍ରୀ।

Omkar Vasthu
Omkar Vasthu

ଅକ୍ଟୋବର ୩୧ରେ ନିଜର ପକ୍ଷ ରଖିବାକୁ ଲୋକସଭାର ଏଥିକ୍ସ କମିଟି ପକ୍ଷରୁ ମହୁଆଙ୍କୁ ଡକାଇଛି, କିନ୍ତୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀ କୃଷ୍ଣନଗରରେ ଧାର୍ଯ୍ୟ କାର୍ଯ୍ୟକ୍ରମ ଯୋଗୁଁ ଅଧିକ ସମୟ ପାଇଁ ଅନୁରୋଧ କରିଛନ୍ତି। ଏଥିକ୍ସ କମିଟିର ଅଧିକାଂଶ ସଦସ୍ୟ କହିଛନ୍ତି ଯେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର ଏବଂ ସଂସଦୀୟ ବିଶେଷାଧିକାର ଭଙ୍ଗର ସମାନ।ମହୁଆ ହିରାନନ୍ଦାନୀଙ୍କ ସହ ନିଜର ଲଗଇନ ଆଇଡି ଦେବାକୁ ସମର୍ଥନ କରି କହିଛନ୍ତି ଯେ ସେ ଅନ୍ୟମାନଙ୍କ ସହ ମଧ୍ୟ ଏପରି କରିଛନ୍ତି କାରଣ ସେ ଏକ ଦୁର୍ଗମ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂପୃକ୍ତ ଆଇଡି ବ୍ୟବହାର କଲେ ଏକ ଓଟିପି ଅଛି ଏବଂ ତାଙ୍କ ଟିମ୍ ସବୁବେଳେ ପ୍ରଶ୍ନ ପୋଷ୍ଟ କରିଥାଏ। ସେ ଦାବି କରିଛନ୍ତି ଯେ ସରକାରୀ ଏବଂ ସଂସଦୀୟ ଓ୍ବେବସାଇଟ୍ ପରିଚାଳନା କରୁଥିବା ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ଏହାର ବିରୋଧରେ କୌଣସି ନିୟମ ନାହିଁ।

Pearl dental clinic
Near Ashish Medical Store, Bhawanipatna

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କହିବା କଥା ହେଲା, ଜଣେ ସାଂସଦ ଅନ୍ୟ ଜଣଙ୍କୁ ଆଇଡି ପାସଓ୍ବାର୍ଡ ସେୟାର କରିବା ଦେଶର ସୁରକ୍ଷା ପ୍ରତି ବିପଦ। ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପପତି ଗୌତମ ଆଦାନୀଙ୍କୁ ସମାଲୋଚନା କରିବାକୁ ଯାଇ ସେ ଲାଞ୍ଚ ଆକାରରେ ପଇସା ନେଇଛନ୍ତି। ଅନ୍ୟପଟେ ଟିଏମସି ମୁଖିଆ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି। ବିରୋଧୀ ମେଂଟରେ ଥାଇ କଂଗ୍ରେସ ଆଦାନୀଙ୍କୁ ସମାଲୋଚନା କରୁଥିବା ବେଳେ ମମତା ଉଁ କି ଚୁଁ କହୁନଥିବା ବେଳେ ମହୁଆଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାକୁ ନେଇ ମମତା ମଧ୍ୟ କୁଆଡେ ମହୁଆଙ୍କୁ ନେଇ ନାଖୁସ ଥିବା ଜଣାପଡ଼ିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.