ତାଲା ଭାଙ୍ଗି ଘରୁ ଚୋରି ଉଦ୍ୟମ, ୩ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖରିଆର ରୋଡ ଏନ.ଏ.ସି ୱାର୍ଡ ନମ୍ବର ୧୩ ଧୋବିପଡାର ରମେଶ ଭୋଇଙ୍କ ଘରୁ ଚୋରି କରିଥିବା ଅଭିଯୋଗରେ ପୋଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି | ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ୫ ଟି ସୁନା ଲକେଟ, ଏକ କାନ ଫୁଲ, ଗୋଟିଏ ମୋବାଇଲ ଫୋନ ଓ ଧାରୁଆ ଅସ୍ତ୍ର ପୋଲିସ ଜବତ କରିଛି | ଅଭିଯୋଗ ରେଜିଷ୍ଟର କରି ପୋଲିସ ଆଇ.ଆଇ.ସି ଗୁରୁଦେବ କର୍ମୀଙ୍କ ନିର୍ଦେଶରେ ଏସ.ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏସ.ଆଇ ପ୍ରତାପ କୋଲକା, କନେଷ୍ଟବଳ ପ୍ରଦୀପ ପାଣିଗ୍ରାହୀ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି | ଗିରଫ ଅଭିଯୁକ୍ତମାନେ ହେଲେ ଖରିଆର ରୋଡ ୱାର୍ଡ ନମ୍ବର ୧୪ର ଲାଲୁ ସତନାମୀ (୩୩), ୱାର୍ଡ ନମ୍ବର ୧୨ ପି.ଏଚ.ଡ଼ି ପଡାର ସୁରଜ ଯାଦବ (୨୦), ୱାର୍ଡ ନମ୍ବର ୪ ବଜାର ପଡାର ଅନୁରାଗ କୁମାର (୧୯) ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.