ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା; ରାସ୍ତାରେ ଜନ୍ମ ହେଲା ଶିଶୁ, ଜନନୀ ସୁରକ୍ଷା ଯୋଜନାକୁ ନେଇ ଉଠିଲା ପ୍ରଶ୍ନବାଚୀ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମ ପଞ୍ଚାୟତର ନଲାଚୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୫ କିମି ପାହାଡିଆ ରାସ୍ତାରେ ଦେଇ ଖଟିଆରେ ବୁହା ହେଲା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ ମହିଳା। ଭାଗ୍ୟକୁ ମା ପୁଅ ସୁରକ୍ଷିତ ଥିବାବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଧନସୁଲି ଗ୍ରାମ ପଞ୍ଚାୟତର ଅତି ଦୁର୍ଗମ ଅଞ୍ଚଳର ନଲାଚୁଆ ଗ୍ରାମରେ। ଏହି ଗ୍ରାମର ଶୁକ୍ରୀ ଯାନୀ (୩୦)ଙ୍କୁ ଆଜି ସକାଳ ଭୋର ୭ ଟା ରେ ପ୍ରସବ ପୀଡା ହୋଇ ଥିଲା। ଏନେଇ ଗାଁ ଲୋକେ ଜନନୀ ସୁରକ୍ଷା ଯୋଜନାର ଗାଡ଼ିକୁ ଫୋନ୍ କରିଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ଗାଁ କୁ ରାସ୍ତା ନ ଥିବାରୁ ୫ କିମି ଦୂର ଵାଙ୍ଗଟି ସାହାଜ ଗ୍ରାମ ପାଖରେ ଜନନୀ ସୁରକ୍ଷା ଗାଡ଼ି ଅଟକି ରହିଥିଲା। ତେବେ କୈାଣସି ଉପାୟ ନ ପାଇ ଗାଁ ଲୋକଙ୍କ ସହ ଶୁକ୍ରୀଙ୍କ ସ୍ବାମୀ ସୀତାରାମ ଯାନୀ ବୋହି ଆଣୁଥିଲେ ହେଲେ ଅଧା ବାଟରେ ଶୁକ୍ରୀଙ୍କୁ ପ୍ରସବ ଯନ୍ତ୍ରଣା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହେଇଥିଲା। ଖବର ପାଇ ଧନସୁଲି ସ୍ବାସ୍ଥ୍ୟ କେନ୍ଦ୍ରର ନର୍ସିଂ ଅଫିସର ତୁସୁମ କୁମାର ଏ ଏନ୍ ଏମ୍ ଚନ୍ଦ୍ରକାନ୍ତ ମାଝୀ ଓ ଆଶାକର୍ମୀ ତୁଳସା ନାଏକ ପହଞ୍ଚି ମା ପୁଅ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମା ପୁଅ ସୁସ୍ଥ ଥିବା ଜଣାପଡିଛି। ପୁଅ ଜନ୍ମ ହେଲାପରେ ଶୁକ୍ରୀଙ୍କ ପରିବାର ଅନିଚ୍ଛା ପ୍ରକାଶ କରିବା ସତ୍ତ୍ୱେ ନର୍ସିଂ ଅଫିସର ତୁସୁମୀ ପ୍ରାଥମିକ ସ୍ବାସ୍ଥ୍ୟ ପ୍ରାଥମିକ ଚିକିତ୍ସା ପରେ ମା ପୁଅ ଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନାକୁ ନେବା ପାଇଁ ବୁଝାଇଥିଲେ। ପରେ ମା ପୁଅକୁ ଜନନୀ ସୁରକ୍ଷା ଗାଡ଼ିରେ ନେଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ସରକାର ଦୁର୍ଗମ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରୁଥିବା କେବେ ବିକାଶ ହେବ ତାହା ପ୍ରସ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା ଯୋଗୁଁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.