ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୬-୭ କିମି ଦୂର ଜୁନାନୀ ଓ ପାଗାରପାଣି ଗାଁ ମଧ୍ୟରେ ନୂଆପଡା ପୋଲିସ ରାତି ୧୦ଟା ବେଳେ ଏକ ଜୁଆ ଅଡ୍ଡା ଠାବ କରି ଚଢାଉ କରିଥିଲା। ଏହି ଚଢ଼ାଉରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ପାଖରୁ ୩୨୧୦ ଟଙ୍କା, ୫୨ ତାସ ଖେଳ କାର୍ଡ, ୪ଟି ମୋବାଇଲ ଏବଂ ୬ଟି ମୋଟର ସାଇକେଲକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଦୋମେରୀ ଗାଁର ସଦା ରାଉତ (୩୨), ଲଲ୍ଲୁ ରାଉତ (୪୫), ଝାଲବାହାଲ ଗାଁର ଭାୟାରାମ ରାଉତ (୫୦), ପାଗାରପାଣି ଗାଁର ଉଗ୍ରେସନ ମାଝୀ (୪୦), ଦେଶ ରାମ ରାଉତ (୨୫) ଓ ଜୁନାନୀର ଗିରିଶ ତାଣ୍ଡି (୩୩)। ତେବେ ଚଢ଼ାଉ ବେଳେ ଅନ୍ୟ ୪ ଟୁ ୫ ଅଭିଯୁକ୍ତ ଦୌଡ଼ି ପଳାଇ ଯିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉରେ ନୂଆପଡା ଥାନାର ଏସ.ଆଇ. ପି. ପାଢ଼ୀ, ବି.କେ ସାହୁ, ଜେ.ଏମ ସାହୁ, ଏ.ଏସ.ଆଇ ଡ଼ି. ମାଝୀ ଏବଂ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ।