ଗାଁ ରାସ୍ତାକୁ ମରାମତି କଲେ ମା ମସ୍ସେଶ୍ଵରୀ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଡ଼ୁମେରବାହାଲର ସଦସ୍ୟ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଂଚାୟତର ଡ଼ୁମେରବାହାଲ ଗାଁ ରାସ୍ତାକୁ ମରାମତି କରିଛନ୍ତି ମା ମସ୍ସେଶ୍ଵରୀ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ। ଉକ୍ତ ରାସ୍ତାକୁ ତିଖାଳି ଡ୍ୟାମର ପାଣି ମାଡି ଆସି ରାସ୍ତାଟି ଅତି ଶୋଚନୀୟ ହୋଇ ଯାଇଥିଲା। ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଏହି ରାସ୍ତାଟିକୁ ପୁନଃରୁଦ୍ଧାର କରାଯିବା ନେଇ ମା ମସ୍ସଶ୍ବରୀ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟ ମିଶି ଆଜି ଏହି ରାସ୍ତାଟିକୁ ନିଜର ଶ୍ରମ ଦାନ କରି ମରାମତି କରିଛନ୍ତି। ଏଥିରେ ଗାଁର ଯୁବକ ତୋଫାନ ୟାଦବ, ଲଳିତ ୟାଦବ, ପୀୟୁଷ, ଭବିଷ୍ୟ, ଗିରେନ୍ଦ୍ର, ପ୍ରଶାନ୍ତ, ଦିନେଶ, ପପ୍ପୁ, ଶୁଶାନ୍ତ ସମସ୍ତେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.