ସମାଜସେବୀକା ମୀରାବାଇଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ବେଗୁନିଆପଡା: କବିସୂର୍ଯ୍ୟନଗର ବିର୍ବାଚନ ମଣ୍ଡଳି ସ୍ଥିତ ବେଗୁନିଆପଡା ବ୍ଳକ ଠାରେ ସମାଜସେବୀକା ଓ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ମହିଳା ସଭାନେତ୍ରୀ ମିରିବାଇ ଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।ଏଥିରେ ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ବହୁ ସଂଖ୍ୟାରେ‌ ଯୋଗ ଦେଇଥିଲେ । ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ପ୍ରସ୍ତୁତ ଚା, ନିମିକି, ଖିରୀ, ପକୁଡ଼ି, ପିଆଜି, ଗୁଲୁଗୁଲା, ଖୁରମା, ଵରା, କେକ୍ , ସେଉ, ପ୍ରଭୃତି ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶିତ କରାଯିବା ସହ ଅତିଥି ଏବଂ ଉପସ୍ଥିତ ଥିବା ସମସ୍ତଙ୍କୁ ଏହାର ସ୍ବାଦ ଚାଖିବା ପାଇଁ ବଣ୍ଟନ କରାଯାଇଥିଲା । ଅତିଥି ମାନେ ଖାଦ୍ୟ ଖାଇ ପ୍ରଶଂସା କରିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ସରକାର ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ଯକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ୨୦୨୨ ମସିହା ମାର୍ଗଶିର ମାସ ପ୍ରଥମ ଗୁରୁବାର (ନଭେମ୍ବର ୧୦) ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ ଆରମ୍ଭ କରିଥିଲେ । ‌ଚଳିତ ବର୍ଷ ମଧ୍ୟ ନଭେମ୍ବର ୧୦କୁ ବେଗୁନିଆପଡା ବ୍ଳକ ସମେତ ସାରା ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.