ଘୁମୁସର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଓଡ଼ିଆ ବାର୍ତ୍ତା/ ବେଗୁନିଆପଡା: ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହକରାଯାଇଛି । ବିହାର ବିଧାନସଭାରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ବେଗୁନିଆପଡା ବ୍ଳକ ଠାରେ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ଏକତ୍ରିତ ହୋଇ ନୀତିଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କାର୍ଯ୍ୟକ୍ରମରେ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମିରିବାଇ ଦେଓଙ୍କ ସମେତ ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.