ଲାଞ୍ଜିଗଡ଼ରେ ଶେଷ ହେଲା ଶ୍ୟାମକାଳୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ପ୍ରସିଦ୍ଧ ଶ୍ୟାମକାଳୀ ପୂଜା ଶେଷ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜା ଅଷ୍ଟମ ବର୍ଷରେ ପଦାର୍ପଣ କରିଛି।ଦ୍ଵିତୀୟ ତିଥିରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବଶକ୍ତି ସେବା କେନ୍ଦ୍ର ଆଶ୍ରମପଡା ଆନୁକୂଲ୍ୟରେ ଶହଶହ ଶ୍ରଦ୍ଧାଳୁ ମହିଳା ପୁରୁଷ ନିକଟସ୍ଥ ସାନଜୋର ବନ୍ଧରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ମୁଖ୍ୟ ପୁରୋଧା ପ୍ରଭାକର ଆଚାର୍ଯ୍ୟ ଦାଇତ୍ୱ ତୁଲାଉଥିଲେ। ଏଥିରେ କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ ସବିତା ରଣା ଦାଇତ୍ୱ ତୁଲାଉଥିଲେ। ପୂଜା ମଣ୍ଡପରେ ଲିଙ୍ଗରାଜ ବାରିକ ଓ ଦୀନବନ୍ଧୁ ବାରିକ ସେବକ ଦାଇତ୍ୱ ଥିଲେ । ପୂଜା କମିଟି ସଭାପତି କ୍ଷମାନିଧି ସାହୁ, ଉପ ସଭାପତି ଦିଲୀପ ସାହୁ, ସମ୍ପାଦକ ପରମା ରଣା, ସହ ସମ୍ପାଦକକେତନ ରଣା, ଉପଦେଷ୍ଟା କମିଟିର ଶ୍ରୀମୁଖ ଅଗସ୍ତି, କୋଦଣ୍ଡଧର ପ୍ରଧାନ, ଶ୍ରୀନିବାସ ଚଣ୍ଡୀ,କୁନା ରଣା, ଭବାନିଶଙ୍କର ସେଠିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଦୁଇ ଧରି ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ତିନିଦିନ ଧରି ଚାଲିଥିବା ଏହି ଶ୍ୟାମାକାଳୀ ପୂଜା ଶେଷ ହୋଇଥିବା ବେଳେ ଆଜି ସୋମବାର ବିସର୍ଜନ ସହ ଭସାଣି ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.