ଆସନ୍ତା ୧୬ରେ ମେଗା ରକ୍ତ ଦାନ ଶିବିର ଓ ୨୩ରୁ ସାଂସ୍କୃତିକ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମଝିପଡ଼ା ଠାରେ ସାର୍ଵ ଜନୀନ ମହାକାଳୀ ପୂଜା ଆରମ୍ଭ ହୋଇ ଯାଇଛି l ଗତ ରାତି ୧୦ ଟା ବେଳେ ସ୍ଥାନୀୟ ମହାନଦୀ ଦଶମତୀ ଘାଟ ରେ ମା ଗଙ୍ଗା ଙ୍କୁ ପୂଜା ଅର୍ଚନା କରିବା ପରେ ପୂଜା କମିଟି ର ସଦସ୍ୟ ଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରା ରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପ ରେ ପହଞ୍ଚିଥିଲା l ପଦ୍ମନାଭ ପାଢ଼ୀ କର୍ତ୍ତା ଭାବେ ପୂଜା ରେ ଭାଗ ନେଇଥିବା ବେଳେ ବୁଲୁ ପୁରୋହିତ ରୀତି ନୀତି ରେ ମା କାଳୀ ଙ୍କ ପୂଜା ଓ ଯଜ୍ଞ ପରିଚାଳନା କରିଥିଲେ l ଏହି ଅବସର ରେ ଆଜି ଠାରୁ ହାତୀଶାଲ କଲ୍ୟାଣ ମଣ୍ଡପ ଠାରେ ମିନା ବଜାର ଆରମ୍ଭ ହୋଇଛି l ଏବଂ ମଝିପଡ଼ା ସମେତ ସାରା ସହର ପୂଜା ର ସାଜସଜ୍ଜl ଓ ମା ଙ୍କ ଦର୍ଶନ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି l ଆସନ୍ତା ୧୬ ତାରିଖ ଦିନ ପୂଜା କମିଟି ପକ୍ଷ ରୁ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ଆସନ୍ତା ୨୩ ତାରିଖ ଠାରୁ ଚାରି ଦିନ ଧରି ସୁଦୂର କଳାକାର ଙ୍କ ଦ୍ୱାରା ବିଭିନ୍ନ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି l ପ୍ରକାଶ ଥାଉ କି ଯେ ଦୀର୍ଘ ୫୫ ବର୍ଷ ଧରି ସୋନପୁର ରାମ ଧୁନ କ୍ଲବ ଦ୍ୱାରା ଆୟୋଜିତ ମଝିପଡ଼ା ର ଏହି କାଳୀ ପୂଜା ରେ ହିନ୍ଦୁ ମୁସଲିମ ଉଭୟ ସମ୍ପ୍ରଦାୟ ଲୋକେ ଏକାଠି ସାମିଲ ହୋଇ ଉତ୍ସବ ମନାଇଥାନ୍ତି l