ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ନଭେମ୍ବର ୧୪ ତାରିଖ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଦିନଟି ଆସିଲେ ମନେପଡନ୍ତି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ । ଆଜି ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ସେ ପିଲାଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ । ରାଜନୈତିକ କୌଶଳଠୁ ଊର୍ଦ୍ଧ୍ବରେ ଥିଲେ ପ୍ରଧାନମନ୍ତ୍ରୀ ଯିଏ ଚାଚା ନେହେରୁ ଭାବେ ଜଣାଶୁଣା । ସେ ପିଲାଙ୍କୁ ଭଲ ପାଇବା ସହ ସେମାନଙ୍କ ଅଧିକାର ଏବଂ ଶିକ୍ଷା ନେଇ ସର୍ବଦା ଚେଷ୍ଟା କରିଥିଲେ । ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ନେହେରୁ ମତ ରଖିଥିଲେ । ଶିଶୁଙ୍କୁ ଭଲ ପାଉଥିବା ପଣ୍ଡିତ ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ । ଶିଶୁ ଦିବସର ଉଦ୍ଦେଶ୍ୟ ହେଉଛି ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଶିଶୁ ହସିଲେ ଦେଶ ହସିବ । ଶିଶୁଟିଏ ସୁନାଗରିକ ଭାବେ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କଥାକୁ ହୃଦୟଙ୍ଗମ କରିଥିଲେ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ନେହେରୁ । କୁନି କୁନି ପିଲାଙ୍କ ପାଇଁ ତାଙ୍କ ହୃଦୟରେ ଥିଲା ଆମାପ ଭଲ ପାଇବା ତେଣୁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।