ମିଳିନାହିଁ କାଳିଆ ଟଙ୍କା : ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗକଲେ କୋମନା ବ୍ଲକର ଚାଷୀ

ନୂଆପଡା /କୋମନା,୫/୬ : କୋମନା ବ୍ଲକ ନୁଆଗାଁର କିଛି ଯୋଗ୍ୟ ଚାଷୀ କାଳିଆ ଯୋଜନାରେ ଟଙ୍କାନ ପାଇ ନୂଆପଡା ଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଚାଷୀଙ୍କ କହିବା ଅନୁସାରେ ସେମାନେ ଅତି ଗରିବ ଓ କ୍ଷୁଦ୍ର ଚାଷୀ ଅଟନ୍ତି । ହାତ ଉଧାରୀ ଟଙ୍କା ଆଣି ବିହନ ବୁଣି ଖରା ବର୍ଷା ଶୀତ କାକର ସହି ଚାଷ ଜମିରେ ଝାଳ ବୁହାଇ ପରିଶ୍ରମ କରନ୍ତି, ତେବେ କେଉଁ ବର୍ଷ ମରୁଡି ତ ଅନ୍ୟ କେଉଁ ବର୍ଷରେ ପୋକ ଲାଗି ଫସଲ ନଷ୍ଟ ହୋଇ ଯାଇଥାଏ ଯାହାଫଳରେ ଅର୍ଥିକ ଅନାଟନ ଦେଖାଦେବାସହ କଷ୍ଟ ସହିବାକୁ ପଡିଥାଏ ।

ଏପରି ଚାଷୀ ମାନଙ୍କ ପାଇଁ ସରକାର କାଳିଆ ଯୋଜନା କରିଥିବା ବେଳେ କେତେକ ବିଜେଡି କର୍ମୀ ଓ ଅସାମାଜିକ ବ୍ୟକ୍ତି ଏହି ଯୋଜନାରେ ଯୋଗ୍ୟ ନ ଥିଲେ ମଧ୍ୟ ଏହାର ଲାଭ ଉଠଉଛନ୍ତି । ଏନେଇ ଯୁବ ନେତା ରବି ମଙ୍ଗରାଜଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଚାଷୀକୁଳ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହା ସହ ଚାଷୀ କହିଛନ୍ତିଯେ, ଉଚିତ ଭାବେ ଚି଼ହ୍ନଟ କରି କାଳିଆ ହିତାଧିକାରୀଙ୍କୁ ଟଙ୍କା ଦିଆ ହେଉ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ଚାଷୀଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରି ତୁରନ୍ତ ସମସ୍ୟା ର ସମାଧାନ କରା ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ମୁକେଶ ରଣା, ସୋମନାଥ ରଣା, ଗଜେନ୍ଦ୍ର ତାଣ୍ଡି, ଆଶାରାମ ଖରସେଲ, ନେପାଳ ହେଇସାଲ ଙ୍କ ସମେତ  ନୁଆଁଗାଁର ଅନେକ ଚାଷୀ ଉପସ୍ଥିତ ଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.