ବିଜେପି ଏସଟି ସେଲର ପ୍ରେସ ମିଟ

ଆଦିବାସୀଙ୍କ ଜମି ଏବେ ଅଣ ଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ବିରୋଧ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଭାରତୀୟ ଜନତା ପାର୍ଟି ଅନସୂଚିତ ଜନ ଜାତି ତରଫରୁ  ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେପି ଏସଟି ମୋର୍ଚ୍ଚା ନୂଆପଡା ଜିଲ୍ଲା ସଭାପତି ଦୃଷ୍ଟି ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯକାରିଣୀ ସଦସ୍ୟ ଖାମ ସିଂ ମାଝୀ, ବିଜେପି ଏସଟି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ହୋମ ସିଂ ମାଝୀ, ବିଜେପି ଏସଟି ମୋର୍ଚ୍ଚା ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଲୋହିତ ଶବର, ଜିଲ୍ଲା ଉପ ସଭାପତି କମଲେଶ ସିଂ ଠାକୁର, ଯୋଗେଶ୍ୱର ମଣ୍ଡଳ ସଭାପତି ଅନ୍ତ ରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଗତ ୧୪ ତାରିଖରେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି ରାଜ୍ୟ କେବିନେଟରେ ନିଷ୍ପତି ନେଇଛନ୍ତି। ଏହା ଆଦିବାସୀଙ୍କ ଜମିକୁ ରାଜ୍ୟ ସରକାର ଜମି ଓ ଖଣି ମାଫିଆଙ୍କୁ ସିଧା ସଳଖ ହସ୍ତାନ୍ତର କରିବାର ଏକ ଅଗଣତନ୍ତ୍ରିକ ପ୍ରୟାସ ଅଟେ। ଏହା ଦ୍ୱାରା ଆଦିବାସୀଙ୍କ ନିଜର ସର୍ବସ୍ୱ ହରାଇବେ ଏବଂ ବହୁ ମାତ୍ରାରେ ବ୍ୟବସାୟୀ, ଜମି ମାଫିଆ ଓ ଠିକାଦାରଙ୍କଠୁ ଷୋଷିତ ହେବେ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ବିଜେପି ଏସଟି ସେଲ ସମ୍ପୂର୍ଣ ଭାବେ ବିରୋଧ କରୁଛି। ଏହା ସହିତ ଏହି ଆଦିବାସୀଙ୍କ ବିରୋଧୀ ନିଷ୍ପତି ପ୍ରତ୍ୟହାର ନ ହେଲେ ଆଗାମୀ ଦିନରେ ସମସ୍ତ ଆଦିବାସୀ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ କରି  ପ୍ରକାଶ କରିଛନ୍ତି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.