ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି l ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ସରପଞ୍ଚ ସୁବ୍ରତ ନାଗ, ମନୀଷ ସୁନା, ପୁରୁଷତ୍ତମ କଲତା ଓ ମୁଖ୍ୟବକ୍ତା ଭାବରେ ଟିଟିଲାଗଡ଼ ଡିଏଭି କଲେଜ ପୂର୍ଵତନ ଅଧ୍ୟକ୍ଷ ଡ଼. ଶିବ ପ୍ରସାଦ ବେହେରା , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଯୋଗଦାନ କରି ଆୟୋଜକ କମିଟି ସମ୍ପାଦକ ବିନାୟକ କୁମ୍ଭାର ଓ ଗୋଷ୍ଠୀ ବିଜ୍ଞାନ ସଂଯୋଜକ ନୀଳମଣି ମେହେର ପ୍ରମୁଖ ଉପସ୍ଥିତ ରହି ବୈଜ୍ଞାନିକ ପଦ୍ଧତି ଉପରେ ଛାତ୍ରୀଛାତ୍ରମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ l ଏଥିରେ ଆବାହକ ମନୋଜ ବେହେରା ଉଦେଶ୍ୟ ଜ୍ଞାପନ କରିଥିଲେ l ଉକ୍ତ ମେଳାକୁ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଙ୍କ ସଭାପତିତ୍ୱ କରିଥିଲେ l ଉକ୍ତ ମେଳାକୁ କେରମେଲି ସ୍କୁଲ ପ୍ରଧାନ ଶିକ୍ଷକ ସରୋଜ ମିଶ୍ର ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ଏହାର ଉଦଘାଟନୀ ଉତ୍ସବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ , ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝ ପ୍ରମୁଖ ଯୋଗଦାନ କରି ବିଜ୍ଞାନ ଉପକାରିତା ଉପରେ ଆଲୋକପାତ କରିଥିଲେ l ଏହି ମେଳାରେ ଡେଙ୍ଗ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ସଭାକୁ ପରିଚାଳନା କରିଥିଲେ l ପରେ ମୁଖ୍ୟଅତିଥି ଓ ସମ୍ମାନିତ ଉଭୟ ମେଳାକୁ ଆସିଥିବା ପ୍ରକଳ୍ପଗୁଡିକ ପରିଦର୍ଶନ କରି ଛାତ୍ରୀ ଛାତ୍ରମାନଙ୍କୁ ପଚାରି ବୁଝିଥିଲେ l ପରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ 2 ଜଣ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି l ଉକ୍ତ ପ୍ରଦର୍ଶନୀ ମେଳାରେ 161 ଗୋଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିବା ବେଳେ 5 ଗୋଟି ଜିଲ୍ଲାସ୍ତର କୁ ମନୋନୀତ ହୋଇଛି l ଉକ୍ତ ମେଳାରେ ପଯ୍ୟବେକ୍ଷକ ଭାବେ ରାଜ ପ୍ରସାଦ ପ୍ରଧାନ, ବିଚାରକ ସୁବ୍ରତ କୁମାର ବାବୁ ଓ ରାଜ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡିକକୁ ଅନୁଧ୍ୟାନ କରିଥିଲେ l ଏହି ମେଳାରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ,ନରେନ୍ଦ୍ର ସାହୁ, ରିତାରାଣୀ ତ୍ରିପାଠୀ, ସଇଁତଲା ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର , ଶିକ୍ଷୟତ୍ରୀ ହିରଣ୍ମୟୀ ପୃଷେଠ, ରଞ୍ଜିତା ମିଶ୍ର, ସିଆରସିସି ଶେଷଦେବ ପ୍ରଧାନ ଙ୍କ ସମେତ ବ୍ଲକର 17 ଗୋଟି କ୍ଲଷ୍ଟର ସମସ୍ତ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକର ଶିକ୍ଷକ ଶିକ୍ଷୟତ୍ରୀ , ସିଆରସିସି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l