ଗୋଚର ଜମିରେ ପିଚୁ ପ୍ଲାଣ୍ଟକୁ ନେଇ ଅସନ୍ତୋଷ

ପ୍ରଦୂଷଣ ଯୋଗୁଁ ଲୋକେ ହେବେ ନାନା ରୋଗରେ ଆକ୍ରାନ୍ତ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ତହସିଲ ସ୍ଥିତ ବେଲଗାଁ ରାଜସ୍ବ ସର୍କଲ ସ୍ଥିତ ଭିକାବାହାଲି ମୌଜା ଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି 1 ଏକକ ଜମି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟ କାରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ଲୋକ ଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି | ଏ ଘଟଣା ସମ୍ପର୍କରେ ସ୍ଥାନୀୟ ସଇଁତଲା ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତମାନ ପଯ୍ୟନ୍ତ କୋଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସାଧାରଣ ଅସନ୍ତୋଷ ସୃଷ୍ଟି ହେଉଛି | ଏହି ଗୋଚର ଜମିରେ ପ୍ଲାଣ୍ଟ ନିର୍ମାଣ କରୁଥିବା ବେଳେ କୋଣସି କାଗଜ ପତ୍ର ନ କରି ଠିକାଦାର ଜଣକ ସରକାରଙ୍କ ନିୟମ ବେଖାତିର କରି ରାସ୍ତା ନିର୍ମାଣ କରି ପିଚୁ ପ୍ଲାଣ୍ଟ ତିଆରି କରିଥିବା ଅଭିଯୋଗ ହୋଇଛି l ଏହି ଗୋଚର ଜମି ଜବର ଦଖଲ ଫଳରେ ଗାଈଗୋରୁ ଚରିବାର ଦୂର କଥା ଲୋକେ ଶୌଚ ଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏ ବାବଦରେ ସ୍ୱର ଉତ୍ତୋଳନ କରିବାକୁ ଗଲେ ସମ୍ପୃକ୍ତ ଜବର ଦଖଲକାରୀ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହେଉଛି | ଏପରିକି ଜବର ଦଖଲକାରୀ ବ୍ୟକ୍ତି ଜଣକ ଉକ୍ତ ଜମିରେ ପିଚୁ ପ୍ଲାଣ୍ଟ ସ୍ଥାପନ ନେଇ ଯୋଜନା କରୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁ ଥିବା ଦେଖାଦେଇଛି | ଏହି ସ୍ଥାନରେ ପିଚୁ ପ୍ଲାଣ୍ଟ ସ୍ଥାପନ କରାଗଲେ ସ୍ଥାନୀୟ ପଞ୍ଚାୟତ ଅଞ୍ଚଳରେ ପ୍ରଦୂଷିତ ହେବା ସହ ଲୋକେ ନାନା ପ୍ରକାଶ ରୋଗରେ ପୀଡିତ ହେବାର ସମ୍ଭାବନାକୁ ଏଡାଇ ଦିଆଯିବ ନାହିଁ ବୋଲି ବୃଦ୍ଧିଜୀବି ମହଲରେ ଆଲୋଚନା ଦେଖାଦେଇଛି |ଏ ନେଇ ତହସିଲଦାର ମାନସଫିଲ କେରକେଟା ଙ୍କୁ ଯୋଗାଯୋଗ କରିବାରୁ ଜାତୀୟ ରାଜପଥ ରାସ୍ତା ନିର୍ମାଣ ହେଉଥିବା ଯୋଗୁଁ ଗୋଚର ଜମିରେ ପ୍ଲାଣ୍ଟ କରି ପାରିବ ବୋଲି ତହସିଲଦାର ଶ୍ରୀ କେରକେଟା ପ୍ରକାଶ କରିଥିଲେ l ଉକ୍ତ ଜବରଦଖଲ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.