ଜଳ ଓ ପରିମଳ ବିଭାଗର ନିମ୍ନମାନ କାର୍ଯ୍ୟ; ମାସେ ନ ପୁରୁଣୁ ରାସ୍ତାରେ ଜମୁଛି ପାଣି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ହାଟପଦା ଠାରେ ପାଇପ ଫାଟି ଯିବା ଯୋଗୁଁ ପ୍ରଶାସନ ତରଫରୁ ନିମ୍ନମାନ କାର୍ଯ୍ୟ ହୋଇଥିଲା l ଫଳରେ ମାସେ ନ ପୁରି ପାଇପ ଫାଟି ରାସ୍ତାରେ ପାଣି ଜମୁଛି l ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ରାସ୍ତା କାଦୁଅ ହୋଇଥିବା ଅଭିଯୋଗ ହେଉଛି l ଯାହା ଫଳରେ ଜଳ ଓ ପରିମଳ ବିଭାଗର ମନମୁଖୀ କାର୍ଯ୍ୟଯୋଗୁଁ ମାସେ ପୁରି ପାଇପ ଫାଟି ଲୋକେ ହଇରାଣ ହେଉଛି l ପ୍ରକାଶ ଯେ, ଗତ ମାସ ନବରାତ୍ର ଦୁର୍ଗାପୂଜା ଚାଲିଥିବା ବେଳେ ପାଣି ରାସ୍ତାରେ ଜାମୁଥିବା ନେଇ ଅଭିଯୋଗ ହୋଇଥିଲା l ଏ ନେଇ ଜଳ ଓ ପରିମଳ ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ କରି ନୂତନ ପାଇପ ଲଗାଇ ପାଣି ନିଷ୍କାସନ ବନ୍ଦ ହୋଇଥିଲା l କିନ୍ତୁ ମାସେ ପୁରି ପାଇପ ଫାଟି ପୁଣି ରାସ୍ତାମଝିରେ ପାଣି ଜମା ହୋଇ ପଚପଚ କାଦୁଅ ହେଉଛି l ଉକ୍ତ ରାସ୍ତା ଦେଇ ପ୍ରତି ଦିନ ଶହଶହ ଜନସାଧାରଣ ଯିବା ଆସିବା କରୁଥିବା ଯୋଗୁଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଏଥିରେ ଜଳ ଓ ପରିମଳ ବିଭାଗର ଏଭଳି ନିମ୍ନକାର୍ଯ୍ୟ ଲୋକେ ନାପସନ୍ଦ କରୁଛନ୍ତି l ଏ ନେଇ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ ଙ୍କୁ ପଚାରିବାରୁ କାମ ସମୟରେ ଜେସିପି ଦ୍ୱାରା ଗାତ ଖୋଲିବା ସମୟରେ ଏଭଳି ହୋଇଥିବା କହିଥିଲେ l ଉକ୍ତ ପଞ୍ଚାୟତ ପିଇଓ କାମ କରିବେ ବୋଲି ପ୍ରକାଶ କରିଥିଲେ l ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଉକ୍ତ ଫାଟିଥିବା ପାଇପର ଶୀଘ୍ର ମରାମତି କରିବା ପାଇଁ ସଇଁତଲା ଜନସାଧାରଣ ତରଫରୁ ଦାବୀ ହେଉଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.