ମାଁ ହିରାନୀଳା ଡ଼ିଗ୍ରୀ ମହାବିଦ୍ୟାଳୟରେ କୋଟିଏରୁ ଉର୍ଦ୍ଧ୍ବ ହଡ଼ପ ଘଟଣା: ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲା ହୀରାନୀଳା ସଂଗ୍ରାମ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଠାରେ ଥିବା ମାଁ ହୀରାନୀଳା ଡ଼ିଗ୍ରୀ ମହାବିଦ୍ୟାଳୟ ତତ୍କାଳୀନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଅଡୁଆ ଧୀରେ ଧୀରେ ବଡିବାର ଲାଗିଛି। କଲେଜରେ ଗରିବ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ଓ ଫର୍ମ ଫିଲପ ନାମଲେଖା ବାବଦକୁ ଆସିଥିବା କୋଟି କୋଟି ଟଙ୍କା ସେ ହଡପ କରିଥିବା ଅଭିଯୋଗ କହିଥିବା ବେଳେ କଲେଜରେ ଚାକିରୀ କରାଇ ଦେବା ନାମରେ ଟଙ୍କା ଠକେଇ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସେ ଦୁଇ ଦୁଇ ଥର ଜେଲ୍ ଯାଇଥିଲେ। ସେହିପରି ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ କଲେଜର ଅର୍ଥ ହେର ଫେର ସମ୍ପର୍କରେ ସ୍ଵତନ୍ତ୍ର ଅଡିଟ କରାଯାଇଥିଲା। ଏଥିରେ ୧ କୋଟି ୨୩ ଲକ୍ଷ ୯୮ ହାଜର ଟଙ୍କା ହେର ଫେର ହୋଇଥିବା ସାମ୍ନାକୁ ଆସିଥିଲା। ଏହି କ୍ରମରେ ଅନ୍ୟ ଅଭିଯୋଗରେ ଶ୍ରୀ ସାହୁ ଦୁଇଥର ଜେଲ୍ ଯାଇଥିବା ବେଳେ ଆର୍ଥିକ ହେରଫେର ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅପର ପକ୍ଷରେ ଶ୍ରୀ ସାହୁଙ୍କ ନିର୍ଦ୍ଦେଶରେ କଲେଜର ଜଣେ ମହିଳା କର୍ମଚାରୀଙ୍କ ମାଧ୍ୟମରେ ସ୍ଥାନୀୟ ଜନ ସାଧାରଣଙ୍କ ବିରୋଧ ରେ ମିଥ୍ୟା ମାମଲା ରୁଜୁ କରିଥିଲେ । ପରବର୍ତି ସମୟରେ ଶ୍ରୀ ସାହୁ ବିଶ୍ଵନାଥପୁର ବସ୍ତିରେ ବମ୍ ପକାଇ ଉଡେଇ ଦେବାକୁ ଧମକ ଦେଇଥିଲେ । ଶ୍ରୀ ସାହୁଙ୍କ ନାଁରେ ଗଦା ଗଦା ଅଭିଯୋଗ ଥିବା ବେଳେ ତାଙ୍କ ବିରୋଧରେ ପ୍ରଶାସନ ଓ ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ବେଳେ ତାଙ୍କର ଦୌରତ୍ମ୍ୟ ବଢ଼ି ଚାଲିଛି। ଏହାକୁ ନେଇ ମହାବିଦ୍ୟାଳୟରେ ଶିକ୍ଷାର ବାତା ବରଣ ନଷ୍ଟ ହେଉ ଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ନେଇ ଆଜି ବିଶ୍ଵନାଥପୁର ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ମା ହୀରାନୀଳା ସଂଗ୍ରାମ ସମିତି ତରଫରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଶୋଧାଗାର କରାଯାଇଛି। ଏପରିକି ବିଭିନ୍ନ ଅପରାଧିକ ମାମଲାରେ ଅଭଯୁକ୍ତ ଏବଂ ଜେଲ ଫେରନ୍ତା ଶ୍ରୀ ସାହୁଙ୍କ କୋଟିଏ ଟଙ୍କାରୁ ଅଧିକ ହଡ଼ପ ମାମଲାରେ ଅଭିଯୁକ୍ତ କରାଯାଉନାହିଁ ଓ ହଡ଼ପ ଅର୍ଥ ଭରଣା କରାଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛି ସଂଗ୍ରାମ ସମିତି। ଏପରିକି ତାଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଗ୍ରାମ ସମିତି କର୍ମ କର୍ତ୍ତା ରାଜ ରାସ୍ତାକୁ ଓହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ମାଁ ହିରାନୀଳା ସଂଗ୍ରାମ ସମିତି ସଭାପତି ରଘୁବିର ନାଗ, ସମ୍ପାଦକ ଲକ୍ଷ୍ମୀଧର ସୋନ୍ତୋଷ ରାୟ, ଉପସଭାପତି ହରିହର କୁମାର,ତରୁଣ କୁମାର ଦାସ,ମୋନରଞ୍ଜନ ବିଶି, ଜଗଦିଶ ବେନିଆଁ, ମହେନ୍ଦ୍ର କରୁଆଁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.