ଆମ ଓଡ଼ିଶା ନବୀନ ଓଡ଼ିଶା : କାହିଁକି ସମାଧାନ ହୋଇ ପାରୁନାହିଁ ଦେଓଗାଁ ପଞ୍ଚାୟତର ଅନୁଦାନ ଅର୍ଥ ଆବଣ୍ଟନ 

ନିରୁତ୍ତର ପ୍ରଶାସନ, ଅସନ୍ତୋଷ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାରଙ୍କ ଏକ ଗ୍ରାମାଭୀମୁଖି ଜନପ୍ରୀୟ ଯୋଜନା ହେଉଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ତେବେ ଏହି ଯୋଜନାରେ ଅଜଥା ରାଜନେତାଙ୍କ ହସ୍ତକ୍ଷେପ ବର୍ତ୍ତମାନର ସମୟରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତରୁ। ଦେଓଗାଁ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପଞ୍ଚାୟତ ତରଫରୁ ପଠାଯାଇଥିବା ଆକ୍ସନ ପ୍ଲାନକୁ ଅଣଦେଖା କରି ଅର୍ଥ ଆବଣ୍ଟନ କରାଯିବା ଫଳରେ ଦୀର୍ଘ ଦିନ ହେଲା ଏହି ପଞ୍ଚାୟତର ଜାମଜୋର୍, ମାଟିଆ ମହଗାଁର ହଜାର ହଜାର ଜନତା ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଏହାକୁ ନେଇ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରୀ ଆଦି ଅଧିକାରୀଙ୍କୁ ଲିଖିତ ସମାଧାନ ପାଇଁ ଆବେଦନ କରିଥିଲେ ହେଁ ପ୍ରଶାସନ କୌଣସି ଉତ୍ତର ଆଜିଯାଏଁ ଦେଇନଥିବାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଠାରେ ସୂଚନାଯୋଗ୍ୟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଓଗାଁ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଯେଉଁ ଅନୁଦାନକୁ ପଞ୍ଚାୟତ ସମଭାବରେ ୪ଖଣ୍ଡ ଗାଁ ଦେଓଗାଁ, ମାଟିଆ, ଜାମଜୋର୍ ଓ ମହଗାଁ କୁ ଆକ୍ସନ ପ୍ଲାନରେ ସମଭାବରେ ବଣ୍ଟନ କରିଥିଲା। ହେଲେ କେଉଁ ଆଇନ ବଳରେ ପଞ୍ଚାୟତରେ ଅନୁଷ୍ଠିତ ଗ୍ରାମସଭାରେ ପାରିତ ଆକ୍ସନ ପ୍ଲାନକୁ ହଟେଇଦେଇ କେବଳ ଦେଓଗାଁକୁ ଏକତରଫା ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ବାକି ତିନିଖଣ୍ଡ ଗାଁର ବିକାଶ ଆଜି ବଳି ପଡିଛି। ଏଥିରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ହାତ ଥିବା ନେଇ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି। ଅନ୍ୟପକ୍ଷେ, ପ୍ରଶାସନ ତୁରନ୍ତ ଏହାର ସମାଧାନ କରି ପଞ୍ଚାୟତ ଆକ୍ସନ ପ୍ଲାନ ଅନୁଯାୟୀ ତୁରନ୍ତ କାର୍ଯ୍ୟକାରୀ କରି ଏହାର ସମାଧାନ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.