ଅସହାୟମାନଙ୍କୁ ମିଳିଲା ଭତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ବିଧବା, ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ପ୍ରଣୟନ କରିଛନ୍ତି ସାମାଜିକ ସୁରକ୍ଷା ଯୋଜନା। ଏହି ଯୋଜନା ମାଧ୍ୟମରେ ଭତ୍ତା ପାଉଛନ୍ତି ହିତାଧିକାରୀ। ତେବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତର ଅନେକ ହିତାଧିକାରୀ ଅନେକ ଥର ଆବେଦନ କରି ନିରାଶ ହୋଇପଡିଥିଲେ। ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ପରେ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ସେମାନଙ୍କୁ ମାର୍ଗ ଦର୍ଶନ ଦେବାସହ ସହଯୋଗର ହାତ ବଢ଼ଇଥିଲେ । ଶେଷରେ ଉକ୍ତ ହିତାଧିକାରୀମାନେ ସରକାରଙ୍କ ପ୍ରଦତ୍ତ ସାମାଜିକ ସୁରକ୍ଷା ଭତ୍ତା ପାଗବାରେ ସକ୍ଷମ ହୋଇଛନ୍ତି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଏସଏସଓ ରାକେଶ ବୋଡ, ଏସ୍ ଏସ୍ ଓ ବିଭୂଦତ୍ତ ମିଶ୍ର, କନିଷ୍ଠ କିରାଣୀ ଶ୍ରୀମନ୍ତ ବଡପଣ୍ଡା, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରସନ୍ନ ଦାସ, ଜିଆରଏସ ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କର ଭତ୍ତା ପାଇ ହିତାଧିକାରୀମାନେ ବେଶ ଖୁସି ଥିବା ସହ କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.