କାଳୀ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ରାଜ କିଶୋର ତ୍ରିପାଠୀ): ସାର୍ବଜନିନ କାଳୀପୂଜା ମୋହତ୍ସବ ୨୦୨୩ ଅବସରରେ ଗତକାଲି ସୋନପୁର ମଝିପଡ଼ା ରାମଧୁନ୍ କ୍ଳବ୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟନାରାୟଣ ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଧରମରାଜ ସିଂହ ବରିହା, କଇଁରୁ ସ୍ୱାଇଁ, ଚମ୍ପେଶ୍ୱର୍ ଥନାପତି, ଭକୋଡୋ ସ୍ୱାଇଁ, ମୋନବୋଧ ଭୋଇ ଯୋଗ ଦେଇ ସବଜୁନିଅର, ଜୁନିୟର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। ଅଭିନାଶ ହୋତା ସଭା ସଂଯୋଜନା ଓ ମୋନରଞ୍ଜନ୍ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ସିନିୟର୍ ବର୍ଗ ର ବିଜେତା ମାନଙ୍କୁ ଆଜି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ଆଜି ୨୪ତାରିଖ ସନ୍ଧ୍ୟା ସମୟରେ ଯାମସେଦପୂର୍ ବଲିଉଡ ମିଉଜିକାଲ ନାଇଟ ମେଲୋଡି ଓ ଆସନ୍ତା କାଲି ୨୫ ତାରିଖ ସନ୍ଧ୍ୟା ସମୟରେ ଉମାକାନ୍ତ ବାରିକ୍ ଓ ସାଥୀ କଳାକାର ଙ୍କ ଦ୍ଵାରା ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା ର ମୁଖ୍ୟ ଆୟୋଜକ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା ମିଡିଆ କୁ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.