ଆମପାଣି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ସରସ୍ଵତୀ ଶିଶୁ ମନ୍ଦିରର ୧୬ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନି ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ମୁଖ୍ୟବକ୍ତା ଭାବରେ ଜିତେନ୍ଦ୍ର ପଣ୍ଡା ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟିର ଉପ ସଭାପତି ନକୁଲ ବାଣୁଆ, କୋଷାଧ୍ୟକ୍ଷ ତୁଲସୀରାମ ବାଗ, ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ଆୟୋଜିତ ଶହେ ମିଟର, ଦୁଇ ଶହ, ଚାରି ଶହ ଓ ଛଅ ଶହ ମିଟର ଦୋୖଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଚୌକି ବସା, ଅଙ୍କକଷା, ଇଟା ଧାରରେ ଚାଲିବା, ଲେମ୍ବୁ ଚାମଚ, ଗୋଲା ଫିଙ୍ଗା, ଥାଲିଆ ଫିଙ୍ଗା ଆଦି ଖେଳ କୁଦ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅବିଭାବକ ଓ ଅବିଭାବିକା ମାନଙ୍କ ମଧ୍ୟରେ ଚୌକି ବସା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମଞ୍ଚକୁ ଶିଶୁ ମନ୍ଦିରର ଆଚାର୍ଯ୍ୟ ଗୌରଚନ୍ଦ୍ର ନାଏକ ପରିଚାଳନା କରିଥିଲେ। ଆଚାର୍ଯ୍ୟ ହେମନ୍ତ ନାଏକ, ହେମରାଜ ନାଏକ, ଗିରିଧାରୀ ବେମାଲ, କୁମୁଦ ଚନ୍ଦ୍ର ନାଏକ, ଆଚାର୍ଯ୍ୟା ମଞ୍ଜୁ ସିଂ, ଶିମନ୍ତିନି ପଣ୍ଡା, ସୋନିଆ ରାଣୀ ସାହୁ, ବିନ୍ଦୁ ମାଲା ଗୋପାଳ, ଝରଣା ନାଏକ, ମଧୁସ୍ମିତା ସାହୁ, କାମିନୀ ବାଣୁଆ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ଉପସ୍ଥିତ ରହି ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.